ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ଆହେ, ନୀଳାଚଳ ନାଥ ଶ୍ରୀ ଜଗନ୍ନାଥ
ଦର୍ଶନ ଦିଅ ପ୍ରଭୁ ନୟନ ହେଉ ପୂତ,
ତୁମରି ଦର୍ଶନ ପାଇଁ ଭକତଙ୍କ ଭିଡ଼
ପାଲଟି ଯାଇଛୁ ନାଥ କି ପ୍ରକାର ଜଡ଼ l
ଆହେ, ପ୍ରଭୁ ଭାବଗ୍ରାହୀ ତ୍ରିଭୁବନ ସାଇ
ଦୁଃଖୀ ରଙ୍କିଙ୍କର ଦୁଃଖ ଦେଖ ଥରେ ଯାଇ,
ଦେଖି ତୁମ ଚକା ଆଖି କରିଦେଲେ ପର
କାହାକୁ ଡାକିବେ ପ୍ରଭୁ ଆହେ, ଚକ୍ରଧର।
କିମ୍ପାଇ ଶ୍ରୀ ମନ୍ଦିରରେ ଲୁଚିଛୁ ଗୋପାଳ
ତୋ ବିନା ଏ ଦୁନିଆଟା ହେଉଛି ବିକଳ,
ଜଗତରେ ତୋର କୃପା ଥାଉ କୃପାସିନ୍ଧୁ
ତୁ ଥିଲେ ଛୁଇଁବ ନାହିଁ ଦରଦର ବିନ୍ଦୁ।
ଯିଏ କଲେ କରୁ ପଛେ ଯେତେ ଅବହେଳା
ପର କରିଦେବୁ ନାହିଁ ଆହେ, ଚକାଡୋଳା,
ତୋ ଭାବ ଡୋରିରେ ଥରେ ଟାଣିନେ କାଳିଆ
ମଣିଷ ଜୀବନେ ଦୁଃଖ ତ ନିତିଦିନିଆ।
ଆହେ, ଦାରୁବ୍ରହ୍ମ ହରି ଶ୍ରୀ ରାଧାଙ୍କ ପତି
ତତେ ପାଇଲେ ଭକତେ ହୋଇବେ ମୁକତି,
ତୋ ଭିତରେ କରିଦେଲେ ସର୍ବସ୍ବ ବିଲୀନ
ଆଉ କେ ହୋଇବ ମର୍ତ୍ତ୍ୟେ ପରବର୍ତ୍ତୀ ଜନ୍ମ l
