STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ଜୟ ଜବାନ

ଜୟ ଜବାନ

1 min
12.8K


ଜୟ ଜବାନ୍


ଜାଣିଲେ ସ୍ୟନ୍ଦନ ଆସୁଛି ସ୍ପନ୍ଦନ

ଯୁଦ୍ଧ ଦୁନ୍ଦୁଭିର ନାଦ

ଗରଜେ କମାଣ ଗର୍ଜେ ଘନ ଘନ

ମୃତ୍ୟୁ ସଙ୍ଗେ କରେ ବାଦ


ମନେ ମନେ ଗୁଣେ ଦେଶ ପାଇଁ ରଣ

ସୈନିକ ଜୀବନ ମାନ

ଜୀବନ ତା ଅଟେ ସଦା ସମର୍ପଣ

ଦେଶ ପାଇଁ ବଳିଦାନ


ଦେଇ ସମସ୍ଥାନ ଦିଏ ସମାପନ

କରେ ସିଏ ସମାହ୍ଵାନ

ସମ୍ବର୍ମିତ ହୋଇ ସମ୍ମର୍ଦ ସଜାଏ

ଖୋଜେ ନାହିଁ ସମ୍ମାନନ


ଘନ ଅନ୍ଧକାର ପାର୍ବତ୍ୟ ପ୍ରାନ୍ତର

ନାହିଁ ତାର ସ୍ଥଳ କୂଳ

ସମର୍ପିତ ଯିଏ ସପତ୍ନଘ୍ନ ସିଏ

ନାଶିବାକୁ ଅରିକୁଳ


ସୀମା ସରହଦ ବରଫ ଆବୃତ

ଅବା ହିଁସ୍ର ଯନ୍ତୁ ସ୍ଥାନ

ଫିଙ୍ଗି ସେ ଆସିଛି ଭୟର ଚାଦର

ନିର୍ଭୟ ତା ନିରୀକ୍ଷଣ


ମୃତ୍ୟୁ ଶୋକ ପାଇଁ ଦୁଃଖ ନାହିଁ କାର

ଦେଶ ଯେଣୁ ଗର୍ବ ତାର

କୋହ ଚାପି ଦ୍ୟନ୍ତି ପତ୍ନୀ ପୁତ୍ର ସର୍ବେ

ସୈନିକର ପରିବାର


କହିଥାଏ ବୀର ମୋ ଜୁଇ ଜାଳିବ

ମାତୃଭୂମି ମାଟି ପରେ

ତ୍ରିରଙ୍ଗା ସାଲ୍ୟୁଟ ଦେଉଥିଲେ ଦେଶ

ଆତ୍ମା ଯିବ ସ୍ଵର୍ଗ ପୁରେ


ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational