STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଜୟ ବଜରଙ୍ଗବାଲି

ଜୟ ବଜରଙ୍ଗବାଲି

1 min
221

ଅଞ୍ଜନାସୂତ ହେ ପବନପୁତ୍ର

ମଙ୍ଗଳମୟ ସଂସାରେ ତୁମ ସର୍ଵମୟ ବିଦ୍ୟମାନ ସର୍ଵତ୍ର

ବଜରଙ୍ଗବାଲି, ନାମ ତୁମ ଭଳି

କିଏ ଅଛି ଆଉ ଭକ୍ତ ପବିତ୍ର

ରାମନାମ ହୃଦୟେ ବହି ଶତତ

ସଙ୍କଟମୋଚନ, ଵୀରହନୁମାନ

ସକାଳ ପାହିଲେ ତୁମ ନାମ ଭଜନ

ଯିଏ କରିଥାଏ, ମୋକ୍ଷ ପାଇଥାଏ, ଖୋଲଇ ନେତ୍ର

ରାମଦୂତ ମହାବୀର ବାଲାଜୀ ନାମ

ତୁମରି ନାମ ଜପେ ଏ ଅଧମ

ସର୍ଵଜୟ ହୋଇ ହେବାକୁ ପବିତ୍ର

ମାରୁତି ନାମ ତୁମ, ତୁମେ ଆରାଧ୍ୟ

ପରମ ଭକ୍ତ ତୁମେ କର ସାଧନ ଅସ୍ୟାଧ୍ୟ

ତୁମ ନାମ ଜପି ଜୟ ସର୍ବତ୍ର

ରାମଦୂତ ତୁମେ ପରାକାଷ୍ଠା ତୁମର

ଦୁଃଖି ଦୁଃଖ ବୁଝି ପରୋପକାର ଯେ କର

ପ୍ରାଣାମେ ତୁମକୁ ନିସ୍ଵାର୍ଥ ସେବକ ତୁମ ଗୁଣ ମହତ

ହେ ଶ୍ରେଷ୍ଠ ସାରସ୍ୱତ ଘେନ ପ୍ରଣାମ

ଦିଅ ବଳ ବୁଦ୍ଧି ବିଦ୍ୟା ଆଚାର ବିଚାର

ଘେନ ଧୂପ ଦୀପ ନୈବେଦ୍ୟ ବ୍ରତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics