ଜୟ ଭଗବତୀ ଗଙ୍ଗେ
ଜୟ ଭଗବତୀ ଗଙ୍ଗେ
ନମସ୍ତେ ଦେବୀ ସୁରେଶ୍ୱରୀ l
ଧରା ମଣ୍ଡଳେ ଅବତରି ll
ନମସ୍ତେ ମାତ ଭଗବତୀ l
ତିନି ପୁରରେ ତୋର ଗତି ll
ଭୀଷ୍ମ ଜନନୀ ନମୋସ୍ତୁତେ l
ତୋତେ ଆଣିଲେ ଭଗୀରଥେ ll
ବିଷ୍ଣୁଙ୍କ ନଖ କୋଣେ ଥିଲୁ l
ପାବନୀ ଧରାକୁ ଆସିଲୁ ll
ଜହ୍ନଙ୍କ ଜାନୁରୁ ମୁକତ l
ଜାହ୍ନବୀ ସଂସାରେ ବିଖ୍ୟାତ ll
ନମସ୍ତେ ପତିତପାବନୀ l
ମା' ରଘୁକୁଳର ପାବନୀ ll
ଗଙ୍ଗେ ମା' ତ୍ରିପୁର ପ୍ଲାବିନୀ l
ଶଙ୍କର ଜଟା ବିହାରିଣୀ ll
ତୋ ପୂତବାରି ସ୍ପର୍ଶ କରି l
ଦୂରିତ ନରହଇ କାହାରି ll
ଗଙ୍ଗାଙ୍କ ନାମ ସୁମରଣ l
ଅଶେଷ ପାତକ ଦହନ ll
ସୁର ଦୀର୍ଘିକା ସୁର ନଦୀ l
ବହୁ ମା ତ୍ରିପୁରକୁ ଭେଦି ll
ଜୟ ଭାରତୀ ମାଆ ଗଙ୍ଗେ l
ବହୁ ମା' ଉଚ୍ଛଳ ତରଙ୍ଗେ ll
ଆର୍ଯ୍ୟ ଜନନୀ ନମୋସ୍ତୁତେ l
ହର ପାତକ ମୋର ଯେତେ ll
