Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Lenka

Inspirational Others

4  

Bharati Lenka

Inspirational Others

ଜୟ ଭାରତ

ଜୟ ଭାରତ

1 min
278


ବନ୍ଦେ ଉତ୍କଳ ଜନନୀ ବନ୍ଦେ ମୋ ଜନମ ଭୁମି

ଧନ୍ୟ ହୋଇଛି ମାଆ ତୋର କୋଳେ ଜନମି ।


ଏ ତର୍ପଣ ର ଭୂମି ଏ ଅର୍ପଣ ର ଭୂମି

ଏକତାର ବାର୍ତ୍ତା ବହି ବୀର ପ୍ରଶବିନି।


ମଙ୍ଗଳ ପାଣ୍ଡେ ଜାଳିଲେ ବିପ୍ଳବର ନିଆଁ

ସେହି ନିଆଁ ଖେଳି ଗଲା ସାରା ଦୁନିଆଁ ।


ଅହିଂସାର ଅସ୍ତ୍ର ଧରି ଆମ ବାପୁଜୀ

ସ୍ୱର୍ଣ୍ଣାକ୍ଷରେ ଲିପି ବଦ୍ଧ ହୋଇ ରହିଛି ।


ନେତାଜୀ ଡାକରା ଦେଲେ ଦିଅ ମୋତେ ରକ୍ତ

ମୁଁ ଗଢି ଦେଖାଇବି ସ୍ୱାଧୀନ ଭାରତ ।


ଛୋଟପିଲା ଟିଏ ପୁଣି ବାଜି ରାଉତ

ଚରଣେ ତାଙ୍କର ମଥା କରୁଛୁ ନତ ।


ଗ୍ରାମ ନୀଳ କଣ୍ଠ ପୁର ଢେଙ୍କାନାଳ ଜିଲ୍ଲା

ବାଜି ରାଉତ ବାର ବରଷର ପିଲା ।


ଇଂରେଜଙ୍କୁ ଦେଲେ ନାହିଁ ଦେଶେ ପୁରାଇ

ଶେଷରେ ଗୁଳିରେ ଦେଲେ ପ୍ରାଣହରାଇ ।


ବ୍ରlହ୍ମଣୀ ନଦୀ ସାଜିଲା ରକତ ନଦୀ

ଛାଡି ନାହାନ୍ତି ବାଜି ତାଙ୍କର ଜିଦି ।


ଡରରେ ଇଂରେଜ ଛାଡି ଗଲେ ପଳାଇ

ଯୁଗ ଯୁଗକୁ ରହିଲେ ଅମର ହୋଇ ।


ଦେଶ ପାଇଁ ଦେଲେ ନିଜ ଜୀବନ ପ୍ରାଣ

ଭାରତ ମାଆର ସୁଯୋଗ୍ୟ ସନ୍ତାନ ।


କେତେ କେତେ ବୀର ଜନ୍ମି ରଖିଲେ ଯଶ

ବୀରପ୍ରଶବିନୀ ଆମ ଭାରତ ବର୍ଷ ।


ଗାନ୍ଧୀ ପରି ପୁଅ ଇନ୍ଦିରା ସମ ଝିଅ

ଏହି ଦେଶେ ଜନମିଲେ ସାମାନ୍ୟ ନୁହଁ ।


ଭଗତ ସିଂ ପୁଣି ମଧୁସୂଦନ

ଲାଲା ଲଜପତ ସୁଯୋଗ୍ୟ ସନ୍ତାନ ।


ଆସ ଆସ ସର୍ବେ ମିଶି ନେବା ଶପଥ

ଦେଶ ପାଇଁ ମିଶାଇବା ହାତରେ ହାତ ।


ମାତୃ ଭୁମି ପାଇଁଦେବା ଜୀବନ ପ୍ରାଣ

ରଖିବା ରଖିବା ଆମେ ତ୍ରିରଙ୍ଗା ଟାଣ ।


ସ୍ୱାର୍ଥ ତ୍ୟାଗ କରି ଦେବା ଜୀବନ ଢାଳି

ଅହିଂସାର ଅସ୍ତ୍ର ଆମେ ହାତରେ ଧରି ।


ତ୍ରିରଙ୍ଗା ଉଡ଼ିବ ଆମ ଫର ଫର ହୋଇ

ସ୍ୱାଧିନତା ମନ୍ତ୍ର କାନେ କାନେ ଯିବା ଗାଇ ।


ବନ୍ଦେ ଉତ୍କଳ ମାତା ବନ୍ଦେ ଭାରତ

ବନ୍ଦେ ବୀର ଯବାନ ହେ ଦେଶ ଭକ୍ତ ।


କୋଟି କୋଟି ଦଣ୍ଡବତ ଚରଣେ ତୁମ

ତୁମେ ହିଁ ଆଲୋକ ଉଚ୍ଛ ପ୍ରେରଣା ଆମ ବନ୍ଦେ ମାତରମ ।


Rate this content
Log in

Similar oriya poem from Inspirational