Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Sahoo

Children

4  

Gayatri Sahoo

Children

ଜୁଲି ବସ୍ତାନି କାନ୍ଦୁଛି

ଜୁଲି ବସ୍ତାନି କାନ୍ଦୁଛି

1 min
416


ସକାଳୁ ଆଜି ମୁଁ ଖୋଲିପକେଇଲି 

ଘରର ଦରଜା ଯେବେ 

ଶୁଣି ଦେଲି କେହି କାନ୍ଦିବାର ଶବ୍ଦ 

ଚମକି ପଡ଼ିଲି ବେଗେ ।


ହଠାତ୍ ପଡ଼ିଗଲା ନଜରଟା ମୋର 

ଜୁଲି ସ୍କୁଲ୍ ବସ୍ତାନିରେ

ବାହୁନି ବାହୁନି କାନ୍ଦୁଅଛି ସେଇ 

ଝୁରୁ ଅଛି ଭାରି ମନେ ।


ଅ ,ଆ ଛାଡୁଛନ୍ତି ଭେଁ ଭେଁ ରଡ଼ି 

ଇ, ଈ କଇଁ କଇଁ 

ଉ, ଊ ମାନ ମାରି ବସିଛନ୍ତି

ୠ ,ୠ ରହିଛନ୍ତି ଚାହିଁ ।


ଏ, ଐ ଭାରି ଲାଗିଛନ୍ତି କଳି

ଓ,ଔି ଯାଇଛନ୍ତି ରୁଷି

କ,ଖ ଅଭି ମାନ କରିଛନ୍ତି 

ଗ ଘ ଭାରି ଖୁସି ।


ଙ,ଚ,ଛ ମିତ ବସି ଯାଇ 

ଦୁଃଖ ସୁଖ ହେଉଛନ୍ତି 

ଜ ,ଝ,ଞ ତାଙ୍କ କଥା ଶୁଣି ଶୁଣି

ବହୁ ମନ କଷ୍ଟ କରୁଛନ୍ତି ।


ଏମିତି ସଭିଏଁ ମନ ଉଣା କରି 

ଯେଝା ଜାଗେ ରହିଛନ୍ତି 

ଜୁଲି ବଡ଼ ହେଲା ସ୍କୁଲ୍ ଯାଉନାହିଁ 

ସଭିଏଁ ଗୁମୁରି ଯେ କାନ୍ଦୁଛନ୍ତି ।


Rate this content
Log in

Similar oriya poem from Children