ଜୁଆରୀ କନ୍ୟା
ଜୁଆରୀ କନ୍ୟା
ସାତୋଟି ଫଗୁଣରେ ଗୋଟିଏ ଫଗୁଣ
ହେଇ ଆସିଥିଲା ସେ ମୋ ଜୀବନେ,
ପ୍ରେମ ରଙ୍ଗର ନାଲି ଗୋଲପୀର
ଫଗୁ ବୋଳି ଦେଇଗଲା ଏ ମନେ ।
କଥା ଥିଲା ତାର ମହୁ ଠାରୁ ମିଠା
ହସର ନଥିଲା ତୁଳନା,
ଭଅଁର ଥିଲା ନା ପ୍ରଜାପତି ଥିଲା,
ନା' ଥିଲା ବର୍ଷ ବର୍ଷର ସାଧନା ।
ପ୍ରେମ ଅଧ୍ୟାୟର ବନିଗଲା ନାୟିକା
ମତେ ବନେଇ ଦେଲା ସେ ନାୟକ,
ପ୍ରେମର ଇତିହାସ ଲେଖା ଚାଲିଥାଏ
ଭାବରେ ଛନ୍ଧରେ,
ଶବ୍ଦ ସଂରଚନା ଥାଏ ଅନେକ ।
ପ୍ରେମର ସାଖୀ ରହି ଚାଲିଥାନ୍ତି
ମାଟି ଆକାଶ ଆଉ କୁଞ୍ଜବନ,
ଖିଲି ଖିଲି ହସରେ ନାଚି ଉଠୁଥିଲା
ପ୍ରାଣ ହୃଦୟ ଆଉ ଏ ମନ ।
ଦୀପ ଶିଖା ପରି ଉଜ୍ବଳିତ ଥିଲା
ପ୍ରେମର ଦର୍ଶନ ମୂଖ
ହେଲେ ଦୀପ ଶିଖା ପରି ଜଳି ଚାଲିଥିଲା
ପ୍ରେମର ଅନ୍ତର ପାଖ ।
ଜଳି ଜଳି କ୍ରମେ ଲିଭିଗଲା ଦୀପ,
ଲିଭିଗଲା ପ୍ରେମ ରଙ୍ଗ,
ସ୍ମୃତି ହେଇ ସ୍ମୃତି ରହି ଗଲା
ଏକ ଆଉ ଅନେକ ।
ବୁଝେଇଲି କେତେ ବୁଝେଇଲି ତାକୁ,
ବୁଝେଇବା ଟା ହେଲା ସାର,
ବୁଝିବାଟା ମୋର ଡେରି ହେଇଗଲା
ସେ ନୁହେଁ ମୋର ଆଉ ମୁଁ ତା'ର ।
ଜୁଆର ଠୁ ବେଶି ଚଞ୍ଚଳ ଚାଲିଗଲା,
ଜୀବନରେ ପ୍ରେମର ମାନେ ସିଖେଇ ଦେଲା,
ଘୃଣା କରିବିନି ଭଲ ହେଲା ଯେ,
ଭୁଲି ପାରୁନାହିଁ ଆଜି ବି ଖୋଜେ, ଆଜି ବି ଖୋଜେ ।