STORYMIRROR

Suvram Prusty

Abstract Classics Inspirational

4  

Suvram Prusty

Abstract Classics Inspirational

ନା' ଆଉ କ'ଣ କହିବି

ନା' ଆଉ କ'ଣ କହିବି

2 mins
237


କହି ଦିଅ ମୋତେ ସେ ଅଭୁଲା ଅତୀତ

କହି ଦିଅ ମୋତେ ସେ ଲକ୍ଷ୍ୟ ଆଉ ଭବିଷ୍ୟତ,

କହି ଦିଅ ତା' କଥା ଯିଏ ତୁମ ମନର ମିତ 

କହି ଦିଅ ମୋତେ ତୁମେ ହୃଦୟସ୍ପର୍ଶୀ ସଙ୍ଗୀତ ॥


ଲେଖି ଲେଖି ଚିରୁଥିବା ସେ କାଗଜର କଥା କୁହ

ଲୁଚି ଲୁଚି କାନ୍ଦୁଥିବା ସେ ରାତିର କଥା କୁହ,

ଚେଇଁ ଚେଇଁ ଦେଖୁଥିବା ସେ ସ୍ୱପ୍ନର କଥା କୁହ

ସବୁ କଷ୍ଟ ଭୁଲି ହସୁଥିବା ସେ ମୂହୁର୍ତ୍ତର କଥା କୁହ ॥


କହି ଦିଅ କଥା ତୁମେ ସେ ମୌସୁମୀ ବର୍ଷାର

କହି ଦିଅ କଥା ତୁମେ ସେ ଝାଞ୍ଜି ବୈଶାଖର,

କହି ଦିଅ କଥା ତୁମେ ସେ ଅବୁଝା ଶୀତର 

କହି ଦିଅ କଥା ତୁମେ ସେ ଆଗମନ ବସନ୍ତ ର ॥


ଦୂର ଦେଶର ଦେଖାଯାଉ ଥିବା ସେ ପାହାଡ଼ର କଥା କୁହ

କୁଳୁ କୁଳୁ ଶବ୍ଦରେ ବୋହି ଯାଉଥିବା ସେ ଝରଣାର କଥା କୁହ,

କଥା କୁହ ମନରେ ଥିବା ଗଭୀର ଆଘାତର

କଥା କୁହ ହୃଦୟ କୋଣରେ ଥିବା ସେ ପ୍ରେମ ଶୀଖାର ॥


କହି ଦିଅ କଥା ତୁମେ ସେ ପିଲା ଦିନର

କହି ଦିଅ କଥା ତୁମେ ସେ ଧାନକଟା ଛୁଟିର,

କହି ଦିଅ କଥା ତୁମେ ସେ ଧୂଳି ଦିନର

କହି ଦିଅ କଥା ତୁମେ ସେ ଆମ୍ବ ଚୋରିର ॥


କହି ଦିଅ କଥା ତୁମେ ତୁମ ପ୍ରିୟ ଖାଦ୍ୟର 

କହି ଦିଅ କଥା ତୁମେ ତୁମ ପ୍ରିୟ ସ୍ଥାନର,

କହି ଦିଅ କଥା ତୁମେ ତୁମ ପ୍ରିୟ ଖେଳର

କହି ଦିଅ କଥା ତୁମେ ତୁମ ପ୍ରିୟ ଲୋକର ॥


କହି ଦିଅ କଥା ତୁମେ ସେ ପହିଲି ଦେଖାର

କହି ଦିଅ କଥା ତୁମ ସେ ପହିଲି ପରିଚୟର,

କହି ଦିଅ କଥା ତୁମେ ସେ ପହିଲି ସ୍ପର୍ଶର 

କହି ଦିଅ କଥା ତୁମେ ସେ ପହିଲି ଅନୁଭବର ॥


କହି ଦିଅ କଥା ତୁମେ ସେ ଅସରନ୍ତି ଗପର

କହି ଦିଅ କଥା ତୁମେ ସେ ଲୁଚି ଲୁଚି ଦେଖାର ,

କହି ଦିଅ କଥା ତୁମେ ସେ ମିଠା ମିଠା ପ୍ରେମର

ପୁଣି ଥରେ କହି ଦିଅ କାହାଣୀ ପ୍ରତାରଣାର ॥


କଥା ଥରେ କହି ଦିଅ କହିଥିବା ମିଛର

ପୁଣି ଥରେ କହି ଦିଅ କରିଥିବା ପ୍ରାୟଶ୍ଚିତର,

କଥା କୁହ ମୋତେ ସେହି ଅଟକି ନଥିବା ପାଦର

ଆଉ ପୁଣି କହି ଦିଅ କଥା ସେଇ ସ୍ଵାଭିମାନର ॥


ଭାବି ଦିଅ ଆଜି ତୁମେ ମୋତେ ଗୋଟେ ସାଥୀ

ରହିବନି ଆଉ କିଛି ହୃଦୟରେ ବାକି,

ଶୁଣିବାର ଅଛି ଯେତେ କଥା ଅଛି ଲାଖି

ପଡ଼ିବନି ଆଜି ତୁମେ କହୁ କହୁ ଥକି ॥


କହିକି ତ' ଦେଖ କଥା କେବେବି ସରିବ ନାହିଁ.........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract