Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suvram Prusty

Abstract Classics Inspirational

4.0  

Suvram Prusty

Abstract Classics Inspirational

ଦଶହରା ର ଦଶାନନ

ଦଶହରା ର ଦଶାନନ

1 min
146


ଦଶାନନ ଏବେ ବଧ ମୂଖରେ,

ଧନୁସର ଧରି ରାମ ବେଶରେ,

ବସିଛି ସେ ହନୁମନ୍ତ କାନ୍ଧରେ,

ଚାହିଁଛି ନାଭିକୁ ଏକ ଲୟରେ ।


କଳଙ୍କ ରୂପୟ ରାବଣ ଆଜି,

ହସୁଛି ସେ କାଳ ଚିତ୍କାର ସାଜି,

ରାବଣ ବି ଜାଣେ ରାମ ଜିତିବ ବାଜି,

ହେଲେ ବି ମୃତ୍ୟୁକୁ ରାବଣ ରାଜି ।


ରାବଣ ଶରୀରେ ରାମର ବାଣ,

ଯୁଗ ଯୁଗ ପାଇଁ ଉଦାହରଣ,

ସତ୍ୟର ଜୟରେ ସାଧନା ଜ୍ଞାନ,

ନାରୀ ଜାତିର ଏ ସ୍ଵାଭିମାନ ।


ରାବଣ ଠୁ ବି ବଡ଼ କଳଙ୍କ ଆଜି,

ଅଛନ୍ତି ସମାଜେ ସନ୍ୟାସୀ ସାଜି,

ଚିହ୍ନିଗଲେ ତହିଁ ରକ୍ଷା ପାଇବ,

ଅନ୍ୟଥା ନୂତନ ରାମାୟଣ ବୋଲାଇବ ।


ଦଶହରାରେ ଦଶାନନର ବଧ,

ସମାଜ ପାଇଁ ଜ୍ଞାନ ଔଷଧ,

ତେଜି ଯାଅ ଯଥା ଶୀଘ୍ର ହେ ନିର୍ବଦ୍ଧ,

ଅନ୍ୟଥା ହେଇଯିବ ବିଳମ୍ବିତ ।



Rate this content
Log in

Similar oriya poem from Abstract