Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suvram Prusty

Abstract Classics Inspirational

3  

Suvram Prusty

Abstract Classics Inspirational

ମୋ ଦେଶ ମହାନ

ମୋ ଦେଶ ମହାନ

1 min
185


ମୋ ଦେଶ ମହାନ କହିବି ମୁଁ ଆଜି

ଥାଉ ପଛେ ମୋ ଶବ୍ଦରେ ଦୋଷ,

ଅନାହାର ଆତଙ୍କବାଦ ରେ ମରିଛି

ହେଲେ ହେଇନି କେବେ ତା'ର ଶେଷ ।


ଲଢିଛି ପଡିଛି ଉଠିଛି ଚାଲିଛି

ଶତୃ ଆଗେ ଛାତି ଦେଖେଇଛି,

ଚନ୍ଦ୍ରାୟନ୍‌-୨ ର ବିଫଳତା ଚାଖିଛି

ଚନ୍ଦ୍ରାୟନ-୩ ରେ ଗର୍ଜନ କରିଛି ।


ବୀର ସହୀଦଙ୍କ ଦେଶ ଥିଲା ପ୍ରାଣ 

କୃଶକ କରୁଛି ଦେଶକୁ ଅନ୍ନଦାନ,

ଯବାନ ମୋ ଦେଶ ପାଇଁ ସ୍ୱାଭିମାନ

ସେଥିଲାଗି ଏ ଦେଶ ମୋ ସମ୍ମାନ ।


ବିଶ୍ଵ ଶାନ୍ତି ପାଇଁ ନାହିଁ ତା'ର ସ୍ଵାର୍ଥ

ଅନ୍ୟଦେଶ ପାଇଁ ଝରେଇଛି ସେ ରକ୍ତ,  

ନିଜ ମାଟି ପାଇଁ ହେଇଛି ସେ ଶକ୍ତ

ଆତଙ୍କ ରାଜକୁ କରିଛି ସେ ମୁକ୍ତ ।


କଳ୍ପନା ଯପନାର ନାହିଁ କେବେ ଅନ୍ତ

କଳ୍ପନା କୁ ସେ କରିଛି ଅନ୍ତ,

ସ୍ୱପ୍ନ ନୁହେଁ କେବେ ଏହା ହିଁ ସତ୍ୟ

ଇଏ ହେଉଛି ମୋ ସୁନାର ଭାରତ ।


ସ୍ଵାଧୀନ ଦେଶ ଭାରତ ବର୍ଷ

ଏ ସଫଳତା ନୁହେଁ କେବେବି ଶେଷ, 

ଚଢିଛି ଚଢିବ ସଫଳତା ସିଡ଼ି

ହଉ ପଛେ ହେଲେ ଯେତେ ପରିହାସ ।


ଇତିହାସ ଗାଏ ଯାର ସଦା ଗାଥା

ଦୁନିଆ ଆଗେ ଟେକିଛି ସେ ମଥା ,

ସଂସ୍କୃତି ସୌରଭ ଅଟେ ଯାର ପ୍ରଥା

ସେ ଅଟେ ଆମ ଭାରତ ମାତା ।


ଦେଶ ବିଭାଜନ ବେଳର ବିଭୀଷିକା

ଭୁଲି କି ପାରିବ କେବେ ଭାରତ,

ଚାହିଁଛି ଚାହିଁବ ଚାହିଁଥିବ ସଦା

ପୁନର୍ବାର ଏକ ଅଖଣ୍ଡ ଭାରତ ।


ଦେଶର ସୁରକ୍ଷା ଆମ୍ଭ କର୍ତ୍ତବ୍ୟ

ଖୋଲି ରଖିଥିବା ଆମର ନେତ୍ର,

ହେବା ଆଜି ଆମେ ଗୋଟିଏ ରକ୍ତ

ଦେଶେ ରହିବବି ଜାତିପାତ ବିଭକ୍ତ ।


Rate this content
Log in

Similar oriya poem from Abstract