Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suvram Prusty

Abstract Others

3  

Suvram Prusty

Abstract Others

ନିର୍ଦ୍ଦୟ କଥା

ନିର୍ଦ୍ଦୟ କଥା

1 min
115


ଝର୍ ଝର୍ କରି ଝରିଗଲା ଅଶ୍ରୁ

ରୋକି ପାରିଲେନି କେହି,

ମରିଗଲା ପରେ ଅଶ୍ରୁ ଢାଳିଦେଲେ

ଫେରି ଆସିବନି ସେହି ॥


ଜୀଇଁ ଥାଉ ଥାଉ ପଚାରିଲନି ତାକୁ 

ସତେକ ସେ ଥିଲା ଅଜଣା,

ମିରିଗଲା ପରେ ଯେତେବି କାନ୍ଦନା

ଲାଗିବ କୁମ୍ଭୀର କାନ୍ଦଣା । 


ହଜିଗଲା ସେ ଅନ୍ଧାର ଆକାଶେ

ଛୋଟ ଉଜ୍ଜଳ ଟେ ସାଜି ,

ଅଶ୍ରୁଳ ଆଖିରେ ବିଦାୟ ଟେ ଦେଇ

ପାରିବ କି ତା' ଋଣ ସୁଝି ॥


କାରଣ ଟି କେବେ ପଚାରନା ମୋତେ

କାରଣଟା ହେବ ଛାର ,

ଉତ୍ତରଟା ତୁମେ ଖୋଜି ବୁଲୁଥାଇ

ନିଜ ଜୀବନ ଟା ହେବ ପାର ॥


ସତ କହିଦେଲେ ବାଧିବ ସଭିଁଙ୍କୁ

ହୋଇବ ମନରେ ବ୍ୟଥା ,

ହେଲେ ବି କଥାଟି ସମ୍ପୂର୍ଣ୍ଣ ସତ

ହେଉ ପଛେ ନିର୍ଦ୍ଦୟ କଥା ॥


Rate this content
Log in

Similar oriya poem from Abstract