STORYMIRROR

କଳ୍ପନା ରାୟ

Tragedy Others

2  

କଳ୍ପନା ରାୟ

Tragedy Others

ଜରିଗୋଟାଳି

ଜରିଗୋଟାଳି

1 min
125


ସୃଷ୍ଟିକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଦିଏ

ପୂର୍ବଜନ୍ମର ପାପ ଥାଇଵି କଲେ ମଣିଷଟିଏ

ମଣିଷ ଜନ୍ମ ପାଇ ଭାଗ୍ୟ ହୋଇଛି ବାମ

ଜରି ଖୋଜି ଖୋଜି ବୁଲେ ମୁଁ, 

ମୋର ପୋଡା କରମ

ତଥାପି ଖୁସି ମୁଁ ସେଥିରେ

କେଵେ କରେନି ଚୋରି

ଅଳିଆ ସଫା କରି ଚଳେ ମୁଁ

ମିଛ ମୋର ବଇରୀ

ଵାଵୁଭାୟାମାନେ ଚାହାନ୍ତି ଭୂକ୍ରୁଟିତ ନୟନେ

ମଳିଆ ପୋଷାକ ପିନ୍ଧି ଵି ମଳି ନ ଥାଏ ମନେ

ଖଟି ଖଟି ମୁଁ ଦିନରେ, ଵୁଲେ ଖରାତରାରେ

ସ୍କୁଲ ଯାଏ ନାହିଁ ଦିନରେ କିନ୍ତୁ ପଢେ ରାତିରେ

ନାହିଁ ଭଲ ଘର ଆମର ଚାଳିଆଟେ ଭରସା

ଭାଇଭଉଣୀ ସହ ଵାପାମାଆ ସବୁ ଗୋଟେ ଵେଉସା

ମଳିଆ ପୋଷାକ ଭିତରେ

ସ୍ବଚ୍ଛ ଆମରି ମନ

ଆମ ଉନ୍ନତି ପାଇଁକି କେଵେ

କେହି ଦେଇଛି ଧ୍ୟାନ

ନାହିଁ ରାଜନୀତି କଥାରେ

ସିଧା କଥା ତ କହୁ

ଦୁଃଖୀ ଦରିଦ୍ରଙ୍କ ଭିତରେ

ହରି ନାମ ତ ମହୁ

ଅଳପ ଶାନ୍ତି ଆମେରେ

ଵେଶୀ ଲୋଡା ତ ନାହିଁ

ଜରିଗୋଟାଳି ଆମ ନାମରେ

ରକ୍ଷାକର୍ତ୍ତା ତ ଜଗତସାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy