STORYMIRROR

Dharitri Das

Classics

2  

Dharitri Das

Classics

ଜରି ଗୋଟାଳି

ଜରି ଗୋଟାଳି

1 min
124


ବାଟେ ଯାଉ ଯାଉ ଦେଖିଲି

        ଏକ ଜରି ଗୋଟାଳି

କାନ୍ଧେ ଥିଲା ତାର ବିରାଟ

         ଏକ ପ୍ଲାଷ୍ଟିକ ଥଳି।

ଏଣେ ତେଣେ କ୍ଷଣେ ଚାହୁଁଛି

         ଏକ ଲୟରେ ପୁଣି

ଝୁଙ୍କି ପଡି ପଡି ଖୁଣ୍ଟୁଛି

          ଜରି ପ୍ଲାଷ୍ଟିକ ମୁଣି।

ପାଶେ ଡାକି ତାକୁ ପଚାରି

          ଥିଲି ମୁହିଁ ଆଦରେ

କାହିଁ ପାଇଁ ପୁଅ ଖୁଣ୍ଟୁଛୁ

          ଜରି ଏତେ ଖରାରେ।

ଏତେ ଛୋଟ ଦିନୁ କାହିଁକି

           ତୁହି କରୁଛୁ କାମ

ପାଠ ପଢୁ ନାହୁଁ ଲେଖିକି

          ବିଦ୍ୟାଳୟରେ ନାମ।

ସବୁ ଶୁଣି ସାରି ପିଲାଟି

          ମୋତେ କହିଲା ପଦେ

ପାଠ ପଢ଼ି ଗଲେ ଚାଲିବେ

          ସର୍ବେ ଅଳିଆ ଗଦେ।

ଏଣେ ତେଣେ ପଡି ପ୍ଲାଷ୍ଟିକ

          ଆମ ପରିବେଶରେ

ଧୀରେ ଧୀରେ ପୁଣି ଦୂଷିତ

          ହେବ ଆବର୍ଜନାରେ।

ସେଥିପାଇଁ ମୁହିଁ କରୁଛି

           ସଫା ପରିବେଶକୁ

ସବୁ ପିଲା ଯିବେ ପଢିବା

            ପାଇଁ ବିଦ୍ୟାଳୟକୁ।

କଥା ଶୁଣି ତାର ଚକିତ

            ହେଲି ମୁଁ କିଛି କ୍ଷଣ

ପିଠି ତାର ଦେଲି ଆଉଁସି

             ଦେଖି ତା ଭଲ ଗୁଣ।

ଏଡ଼େ ଟିକି ପିଲା କରୁଛି

             ସାରା ସଂସାର ଚିନ୍ତା

ଦୀର୍ଘ ଆୟୁ କରି ରଖନ୍ତୁ

             ତାକୁ ବିଶ୍ୱ ନିୟନ୍ତା।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics