STORYMIRROR

Baijayantimala Rout

Classics

2  

Baijayantimala Rout

Classics

ଜ୍ଞାନର ପରିସର

ଜ୍ଞାନର ପରିସର

1 min
377

ଜ୍ଞାନ ପରିସର ବୃଦ୍ଧି କରେ ମୁଁ ଯେ

ସବୁଠି ବିରାଜେ ମୁହିଁ ,

ପିଲା ଠାରୁ ବୁଢା ସଭିଏଁ ପଢନ୍ତି

ମୋ ନାମ ଅଟଇ ବହି

କିଏ କେତେ ପଢି ହେଲେଣି ସଜାଡି

ରହିଛି ମୁଁ ସେହିପରି ,

ନାହିଁ ମାନ ପୁଣି ନାହିଁ ଅଭିମାନ

ସହିଛି ନିଜର କରି

ମୋତେ ନେଇ କିଏ କେତେ ସ୍ବପ୍ନ ଦେଖେ

କିଏ ଗଢେ ବାଲିଘର,

କିଏ ପୁଣି କେବେ ଭାଙ୍ଗି ଦେଇଯାଏ

ନିଜରକୁ କରି ପର

ମୋ ଭିତରେ ଅଛି ଅମାପ ସାଗର

ଯିଏ ପଢେ ସିଏ ଜାଣେ,

ଯିଏ ନ ପଢିଛି ମୋ ଭିତର ଜ୍ଞାନ

ନ ପାଏ ସେ ତାହା କଣେ

ଜ୍ଞାନର ଭଣ୍ଡାର ବୃଦ୍ଧି ହୋଇଥାଏ

ମୋ ଠାରେ ରଖିଲେ ଲୟ

ଜୀବନରେ କେତେ ଉନ୍ନତି କରିବ

ନଥିବ କେଉଁଠି ଭୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics