STORYMIRROR

MADHU MITA

Classics

3  

MADHU MITA

Classics

ଜ୍ଞାନ

ଜ୍ଞାନ

1 min
11.8K

ଆଇନା ଉପହାସ କଲେ

ଆଉ ବୁଝେଇବ କିଏ !

ଛାଇ ଯେବେ କଷ୍ଟ ଦିଏ

ଆଉ ସମ୍ଭାଳିବ କିଏ !

ପଥ ଯେବେ ଅବାଟରେ ନିଏ

ରାସ୍ତା ଦେଖେଇବ କିଏ !

ଆଖିପତା ଯେବେ ଲୁହ ଦେଇଯାଏ

ତାକୁ ବା ପୋଛିବ କିଏ !

ପର କେହି ସିନା ମନ ନ ବୁଝିଲେ

ଆପଣା ମନ ବୁଝାଏ

ଆପଣା କେହି କ୍ଷତ ଦେଇଦେଲେ

ତାକୁ ବା ଭରିବ କିଏ !

ସୂର୍ଯ୍ୟ ଯଦି ଅନ୍ଧାର କରେ

ଆଲୋକ ଦେବ ବା କିଏ !

ନଦୀ ଜଳ ଯଦି ତୃଷା ଦେଇ ଯାଏ

ଶୋଷ ମେଣ୍ଟେଇବ କିଏ !

ଭବସାଗରରେ ତୁ ନ ରଖିଲେ

କହ ବା ରଖିବ କିଏ !

ଅନ୍ତର୍ଯାମୀ ହୋଇ ମନ ନ ବୁଝିଲେ

ଆଉ ବା ବୁଝିବ କିଏ !

             


Rate this content
Log in

Similar oriya poem from Classics