STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଜନତା ପଚାରେ ପ୍ରଶ୍ନ

ଜନତା ପଚାରେ ପ୍ରଶ୍ନ

1 min
257


ଆଖିଛୁଇଁ ସତ କହି ପାରିବେ କି ଆମ ନେତା ବନ୍ଧୁଗଣ,

ଅସଲ ଗରିବ ଇନ୍ଦିରା ଆବାସ ପାଇଛନ୍ତି କେତେଜଣ ?


ଗାଆଁ ଟାଉଟର ଅଫିସର ମିଶି କେତେ ନେଉଛନ୍ତି ଲାଞ୍ଚ,

କେତେଜଣ ଧନୀ ଗରିବର ଭାଗ ନେଉଛନ୍ତି କହି ମିଛ |


ପୁରୀପଣ୍ଡା ଭାଇ ପାରିବେ କି କହି ମନ୍ଦିରରେ ପଶେ ଯିଏ ?

ଦାଢ଼ିକଟା ଲୋକ ହିନ୍ଦୁ କିବା ନୁହେଁ ତାକୁ ବା ଚିହ୍ନୁଛି କିଏ ?


ରଙ୍ଗ-ରୂପ ଦେଖି ଅଣହିନ୍ଦୁ କହି ଭକ୍ତଙ୍କୁ ତଡୁଛି ସିନା,

ଅସଲ ଲୋକ ତ ଗୁପତେ ପଶୁଛି ଦେଇ କିଛି ଟଙ୍କା ସୁନା ?


ଅଫିସର ଭାଇ କହି ପାରିବେ କି ହୃଦୟ ଅଛି ତାଙ୍କର,

ବେପାରୀ ଭାଇ ମୋ କହିଦିଅ ସତ ନ ଠକି କର ବେପାର ?


ସମାଜ ସେଵୀର ମାତୃଭୂମି ପ୍ରତି ରହିଛି ମମତା କେତେ ?

ଶିକ୍ଷା-ସ୍ୱାସ୍ଥ୍ୟକର୍ମୀ ନିଜର କର୍ତ୍ତବ୍ୟ ପାଳନ୍ତି କି ବିଧି ମତେ ?



Rate this content
Log in

Similar oriya poem from Classics