STORYMIRROR

Arjun Sahu

Classics Inspirational Others

3  

Arjun Sahu

Classics Inspirational Others

ଜଣାଣ

ଜଣାଣ

1 min
306

ଜୟ ଜୟ ଜଗନ୍ନାଥ ଅନାଦି ଅନନ୍ତ

ଅରୂପରୁ ରୂପ ଯାର ନାହିଁ ଆଦି ଅନ୍ତ ।।

ଶୀକ୍ଷେତ୍ରେ ନୀଳକନ୍ଦରେ ଦେଉଳରେ

ବିଜେ କରିଅଛ ଭାଇ ଭଗ୍ନି ସଙ୍ଗତରେ।।

ସୁଦର୍ଶନ ସହିତେଣ ଚତୁର୍ଦ୍ଧା ମୂରତୀ

କଳି ଯୁଗେ କଳ୍ପ ବାସୀ ଦେଉଛ ମୁକତି ।।

ପାପୀ ପାବନ ପତାକା ନୀଳଚକ୍ର ଚୁଳେ

ଫରଫର ଉଡେ ଦେଖି ତରିଯାନ୍ତି ନରେ ।।

ସର୍ବବ୍ୟାପୀ ଵ୍ୟାପିଅଛ ଅଖିଳ ଜଗତ

ଅପୂର୍ଣତାରୁ ପୂର୍ଣତା ଲଭିଛ ହେ ନାଥ ।।

କର ହୀନେ କର ପ୍ରସାରିଛ ଭକ୍ତ ପାଇଁ

ଭକ୍ତ ଶ୍ରଦ୍ଧା ଉପହାର ନେଉଛ ହେ ସାଇଁ ।।

ବାହ୍ୟ ନେତ୍ରେ ସିନା କର୍ଣ୍ଣ ଦେଖି ନ ହୁଅଇ

ଭକ୍ତ ଆର୍ତ୍ତ ଶୁଣି ପାର ଆର୍ତ୍ତତ୍ରାଣ ବହି ।।

ଅଶେଷ ମହିମା କେ ଶୁଣିବ ଗୁଣ ରାଶି

ନାମ ସ୍ମରନ୍ତେ ପାତକ ଯାଏ କ୍ଷଣେ ଧ୍ବଂସୀ ।।

ହେ ଅଚିନ୍ତ୍ୟ ହେ ଅବ୍ୟକ୍ତ ତବ ଶ୍ରୀ ପୟରେ

ଦୀନ ଅରଜୁନ ମତି ଥାଉ ନିରନ୍ତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics