ଜନ୍ମରୁ ଜନ୍ମାନ୍ତର
ଜନ୍ମରୁ ଜନ୍ମାନ୍ତର
ନଭମଣ୍ଡଳରୁ ପୃଥିବୀକୁ ଶୁଭୁଛି
କାହାର ଏ ବଇଁଶୀ ସ୍ୱର ?
ଗଡ଼ିଆରୁ ଜଳ ଉଛୁଳିଲାପରି
ଉଛୁଳିପଡୁଛି ଜୀବନ |
ସେ ସ୍ଵନର ଶ୍ରବଣରେ
ବଢୁଛି ହୃଦୟ ସ୍ପନ୍ଦନ |
ସେ ବଇଁଶୀର ତାନେ ତାନେ
ଚାରିଆଡ଼େ ଖେଳେ ପ୍ରେମର ତରଙ୍ଗ,
ଦିବ୍ୟ ସେ ଶୂନ୍ୟ ଆକାଶର ସ୍ୱର
କରେ ମୋତେ ଦିବ୍ୟ ପ୍ରେମରେ ବିଭୋର
ମୋ ମନ ମୋ ପ୍ରାଣ ଛୁଇଁ ଛୁଇଁ
ମୋ ଆତ୍ମାକୁ ଯୋଡୁଛି ପରମାତ୍ମା ସହ |
ନଈର କଳ କଳ ଶବ୍ଦ
ପକ୍ଷୀମାନଙ୍କର କଳରବ
ମଧୁମକ୍ଷିଙ୍କ ଗୁଞ୍ଜନ
ଜୀବନର ହସ କାନ୍ଦ
ସବୁଥିରେ ଭରିରହିଛି
ସେହି ମହାଜୀବନର ସ୍ୱର |
ବିଶ୍ୱାତ୍ମାଙ୍କର ସେ ବଇଁଶୀର ସ୍ୱର
ଚେତନାକୁ ଜାଗ୍ରତକରେ ବାରମ୍ବାର,
ତାହା ଅଟେ ଦିବ୍ୟ ପ୍ରେମ
ତାହା ଅଟେ ଶବ୍ଦ ବ୍ରହ୍ମ
ତାହା ହିଁ ଦିବ୍ୟ ଜ୍ଞାନ,ପୁର୍ଣ ଜ୍ଞାନ,
ସେ ପ୍ରେମଜ୍ଞନରେ ତଲ୍ଲୀନ ମୁଁ
ଜନ୍ମରୁ ଜନ୍ମାନ୍ତର |