Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Inspirational

3  

Debabrata Jena

Inspirational

ଜନ୍ମମାଟି

ଜନ୍ମମାଟି

1 min
9.8K



ମୋ ଜନମ ମାଟି ମୋ ପାଇଁ ବଡ଼

ସ୍ଵର୍ଗାଦପି ଗରିୟସୀ ।

ନ ଥାଉ ପଛକେ ଭୂଗୋଳ ପୋଥିରେ

ପ୍ରଣମ୍ୟ ତୁ ମହିୟସୀ ।।(୧)

ତା ବୁକେ ଉଠିଛି ପଡିଛି କେତେ ମୁଁ

ସ୍ମୃତି ସାଉଁଟିଛି କେତେ ।

ବନେ ଉପବନେ ଖେଳିଛି ମୁଁ କେତେ

ଲୁଚକାଳି ଖେଳ ସତେ ।।(୨)

ବର ଓହଳ ରେ ଦୋଳି ଖେଳ ସଙ୍ଗେ

କୋଳି ଖାଇବାର କଥା ।

ମନେପଡ଼େ ସବୁ ପିଲାଦିନ ସ୍ମୃତି

ଆଦ୍ୟ ଜୀବନର ଗାଥା ।।(୩)

ମୋ ଗାଁ ମାଟି ମୋ ପାଈଁ ପବିତ୍ର

ଗଙ୍ଗାଜଳଠୁ ବି ବଳି ।

ତା ମହକ ଅଟେ ସବୁଠୁ ନିଆରା

ପାରିବନି କେହି କଳି ।।(୪)

ପାହାଡ଼, ଝରଣା ନାହିଁ ମୋ ଗାଁରେ

ନାହିଁ ଦେବାଳୟ ଏଠି ।

ସବୁଜିମା ଖେତ , ସଙ୍ଗେ ଆମ୍ବତୋଟା

ଆକର୍ଷଣ ତା ସବୁଠି ।।(୫)

ମୋ ଗାଆଁ ଚଷା ହୁଏ ଭାରି ଖୁସି

ପକ୍ଵ ଧାନ୍ୟ ବିଲେ ଚାହିଁ ।

ପଖାଳ ସାଙ୍ଗରେ କଳମ ଶାଗ ଯେ

ସବୁଠୁ ପ୍ରିୟ ତା ପାଇଁ ।।(୬)

ମୋ ଗାଁ ମାଟି ବାସନା ଟାଣଇ

ଥିଲେ ମୁହିଁ ଯେତେ ଦୂରେ ।

ତା ବୁକୁରେ ନାଚି ଖେଳି ମୁଁ ବୁଝିଛି

ସ୍ନେହ ତା କେବେ ନ ସରେ ।।(୭)


Rate this content
Log in

Similar oriya poem from Inspirational