ଜନ୍ମଦିନ
ଜନ୍ମଦିନ


ନର, ପଶୁପକ୍ଷୀ, କୀଟ, ତରୁଲତା
ସର୍ବେ ଈଶ୍ବର ପ୍ରେରିତ,
ହୋଇ ବାନ୍ଧି ହ୍ବ'ନ୍ତି ସମ୍ପର୍କ ସୂତ୍ରରେ
ଜନମି ଏହି ମରତ,
ସଭିଙ୍କର ଜନ୍ମଦିନ,
ନିର୍ଦ୍ଦିଷ୍ଟ ଦିବସ ଲୀଳାମୟ ପ୍ରଭୁ
କରିଥା'ନ୍ତି ନିର୍ଦ୍ଧାରଣ ।
ଏ ସଚରାଚର ଚେତନ ମଣିଷ
ପାଳଇଟି ଜନ୍ମଦିନ,
ବରଷକେ ଥରେ ଖୋଜା ପଡ଼ିଥାଏ
ତା'ର ସେହି ଶୁଭଲଗ୍ନ,
କିଏ ସେ କେତେ ପ୍ରକାରେ
ଏ ଜନ୍ମଦିନକୁ ପାଳନ କରନ୍ତି
ଏହି ମର୍ତ୍ତ୍ୟମଣ୍ଡଳରେ ।<
/p>
ଆମ ପିଲାଦିନେ ବୋଉ କରୁଥିଲା
ତିଆରି ସରୁଚକୁଳି,
ତା' ମଝିରେ ଗୁଡ଼ ମେଞ୍ଚେ ଥୋଇଦେଇ
ଥିଲୁ ଜନ୍ମଦିନ ପାଳି,
ହଜିଛି ସେ ମଧୁ ସ୍ମୃତି,
ଆଜି କେକ କାଟି ମହମବତୀ ଫୁଙ୍କି
ଜନମଦିନ ପାଳନ୍ତି ।
ଜୀବନର ପ୍ରତି ପଦକ୍ଷେପେ ଆଜି
ପାଶ୍ଚାତ୍ୟ ସଭ୍ୟତା ବରି,
ନିଜର ସଂସ୍କୃତି ପରମ୍ପରାଟିକୁ
ଦେଉଛନ୍ତି ଅପସାରି,
ଏତ ବଡ଼ ଅଶୋଭନ,
ନିଜ ରୀତିନୀତି ଅନୁସରଣରେ
ପାଳରେ ଜନମଦିନ ।