STORYMIRROR

Iswara Chandra Sahu

Abstract

2  

Iswara Chandra Sahu

Abstract

ଜନମ୍ ମାଏ ଟ୍

ଜନମ୍ ମାଏ ଟ୍

1 min
322

ଜନମ୍ ମାଏଟ୍

ଜନମ୍ ଆମର୍ ଈ ମାଟିନେ     ଇଟାତ ମାଆର୍ ମାଟି

ଇ ମାଟିର୍ ପାଏନ୍ ପବନେ     ଆଇଛୁ୍ଁ ଛୁଆରୁ ଉଠି

ଆମେତ ତାର୍ ଆଖିର୍ ତାରା

ଭାରତ୍ ମାଆଁର୍ ଫୁଲ୍ ଗଜ୍ ରା

ତାର୍ ସେବାନେ ଜୀବନ୍ ଦେଇ ରଖ୍ ମା ତାର୍ ନାଁଟି

          ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି

ଇ ମାଟିର୍ ପାହାଡ଼୍ ପର୍ବତ୍     ନଉଛେ ମନ୍ କେ ଟାନି

ଇ ମାଟି କେତେ ଫୁଲ୍ ଫୁଟିଛେ    ଝରୁଛେ ଝରଣା ପାନି

ଇ ମାଟିନେ ସେନେହ ଥାଉ

ଇ ତାର୍ କୁଳେନ ଜୀବନ୍ ଟା ଯାଉ

ସୁନାର୍ ଫସଲ୍ ଲହରୀ ପଡୁଛେ ଆମର୍ ଇ ଜନମ୍ ମାଟି

          ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି

ଇ ମାଟିନେ ଜନ୍ ମି ରାମ୍       ମାର୍ ଲେ ଲଙ୍କାର୍ ରାବଣ୍

ଇ ମାଟିନେ ଲଷ୍ମୀ ଅହଲ୍ୟା      ରଖ୍ ଲେ ମାଟିର୍ ମାନ୍

ଇ ମାଟିର୍ ଲଷ୍ମୀବାଇ ରାଣୀ ଦୁର୍ଗାବତୀ

ଭାରତ୍ ଯୁଦ୍ଧର୍ ବିର୍ ଅର୍ଜୁନ୍ ଅଟନ୍ ମହାରଥୀ

କେତେ ରୂପ୍ ଗୁନେ ମାଟିର୍ ଯଶର୍ ମନ୍ କେ ନେଉଛେ ଲୁଟି

ଜନମ୍ ହେଇଛୁଁ ଇ ମାଟିନେ ଇଟାତ ମାଆଁର୍ ମାଟି


Rate this content
Log in

Similar oriya poem from Abstract