STORYMIRROR

Maheswar sahoo

Abstract

2  

Maheswar sahoo

Abstract

ଜନମ ଜନମ ପାଇଁ

ଜନମ ଜନମ ପାଇଁ

1 min
2.8K

ଗାଡିଘୋଡା କୋଠା,ନିଜପାଇଁ ଅଟେ,

   ଟଙ୍କା ସୁନା ବି ନିଜର

ନିଜ ଉପଭୋଗ,  ସାମଗ୍ରୀ କେବଳ,

  ଦେଖା ଫୁଲାର ବେଭାର

ଦାମୀ ବସ୍ତ୍ର ବେଶ, ଢ଼ାଙ୍କେ ଶରୀରକୁ,

   ସଜେଇ ହେବାର ପାଇଁ

ଛିଣ୍ଡା ଗୁନ୍ଥା ପିନ୍ଧି,    ବୁଲଇ ଗରିବ,

   ବସ୍ତ୍ର ହିଁ ଲଜ୍ୟାର ସ୍ୱାଇଁ

ଖିରି ପୁରୀ ଅଟେ, ପାକ ଦ୍ରବ୍ୟ ପରା,

    ଶାଗ ପଖାଳ ବି ପାକ

ଜୀବନ ଧାରଣେ, ଭକ୍ଷଣର ଲୋଡ଼ା,

  ଖାଦ୍ୟରେ ଅବା କି ଭେକ

ଧନୀର ରକତ,    ଗରିବ ରକତ,

    ସଭିଙ୍କର ଅଟେ ନାଲି

ବୃଥା କିଆଁ ମନେ, ଭେଦଭାବ ଆଣି,  

   ମଲେ ପିଣ୍ଡ ଥିବ ଖାଲି

ଗର୍ବ ହିଂସା କିଆଁ,  କରହେ ମାନବ,

   ଗର୍ବ ହିଁ ନିମିଶ ମାତ୍ର

ଆଜି ମଲେ କାଲି,  ହେବ ଦୁଇଦିନ,

   ଶରୀର ମାଟିର ମିତ୍ର

ସତ୍ୟରେ ରହିବା,  ନଷ୍ଟ ନ କରିବା,

    କରୁଥିବା ଧର୍ମ କାମ

ସଭିଙ୍କ ହୃଦୟ,    ଜିତିବାର ପାଇଁ,

    ସାର୍ଥକ କରିବା ନାମ

ପରିଚୟ ହେବ,   ସବୁରି ହୃଦୟେ,

    ଶାନ୍ତ ଶିଷ୍ଠ ଭଦ୍ର ହୋଇ

କରି ଚାଲିଥିବା,    ଊଦ୍ଜଗ ସର୍ବଦା,

    ଧର୍ମର ପଥରେ ରହି

ଲିପି ବଦ୍ଧ ହେବ,   ନିଜ ପରିଚୟ,

    ରହିଯିବ କିଛି ଗାଥା

ଜନମ ଜନମ,  ପାଇଁ ଝୁରି ହେବେ,

   ଅମର କ୍ରାନ୍ତୀର ଗାଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract