Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Children

4.0  

Snigdha Samantaray

Children

ଜନ୍ମ ଦିନ

ଜନ୍ମ ଦିନ

1 min
309


ପ୍ରଭୁଙ୍କ ଆଶିଷେ କର୍ମ ଫଳ ସାଥେ

ଜାତ ହେଲି ଏ ସଂସାରେ

ଧନ ଜନ ଓ ଯଶ କୀର୍ତ୍ତି ଚିଠାଟି

ପ୍ରଭୁ ଦେଲେ ମୋ ହାତରେ ।


ପିତାମାତା ସହ ଆତ୍ମୀୟ ସ୍ୱଜନ

ବଢିଲି ସ୍ନେହ ଶ୍ରଦ୍ଧାରେ

ପ୍ରତି ବର୍ଷ ଜନ୍ମ ଦିନଟି ପାଳନ

ନୈବେଦ୍ୟ କ୍ଷୀରି ଖୁସିରେ ।


ଶିଶୁ ଦିବସେ ଶୁଭ ଲଗ୍ନ ମୁହୂର୍ତ୍ତେ

ନୂଆ ସମ୍ଭାବନା ନେଇ

କୂଳଦେବତାଙ୍କୁ ପ୍ରାତଃର ପ୍ରଣାମ

ପ୍ରଭୁଙ୍କ ଆଶିଷ ପାଇ ।


ଜ୍ଞାନ ଉଦୟେ ନୂତନ ସଂକଳ୍ପରେ

କିଛି ଆଶା ସଞ୍ଚାରିତ

ଜନ୍ମ ଦିବସେ ସାଙ୍ଗ ମେଳେ ନ ରହି

ଦାନ ଧର୍ମେ ସମର୍ପିତ ।


ଆସଇ ଯେବେ ସେହି ଶୁଭ ଦିନଟି

ଦୁଃଖୀ ସେବା ମନ ପ୍ରାଣ

ଦରିଦ୍ର ନାରାୟଣ ସେବା ଓ ବୃକ୍ଷ

ରୋପଣେ ବ୍ୟସ୍ତରେ ଦିନ ।


ମାନଦଣ୍ଡେ ମୋର ନ ରହୁ କପଟ

ମାନଵ ପଣଟି ଥାଉ

ଶକ୍ତିର ଜାଗ୍ରତେ ସୁବିଚାର ଭାଵ

ସୁକର୍ମରେ ଶେଷ ହେଉ ।



Rate this content
Log in

Similar oriya poem from Children