ଜନ୍ମ ବେଦିରେ ବଡ଼ ଠାକୁର
ଜନ୍ମ ବେଦିରେ ବଡ଼ ଠାକୁର
ଜନ୍ମ ବେଦି ରେ ତୁମେ ବସି ଅଛ
ଆହେ ମୋ ବଡ଼ ଠାକୁର
ଦୁଃଖ କୁ ହରିବ କଷ୍ଟ ନିବାରିବ
ଏତିକି ବିନତି ମୋର ।
ତୁମ ମା ଗୁଣ୍ଡିଚା ବର୍ଷକ ତୁମକୁ ଚାହଁି ଥିଲେ
ତୁମ ପାଇଁ ପୋଡ଼ ପିଠା କରି ଯତନେ ରଖି ଥିଲେ
ଆଜି ତୁମେ ଗୁଣ୍ଡିଚା ମନ୍ଦିର ପୁର୍ଣ କରିଲ
ଭାଇ ଭଉଣୀ ସାଥେ ଆଡ଼ପ ମଣ୍ଡପରେ ବିଜେ ହୋଇଲ ।
ଭକତ ର ଠାକୁର ହେ ବଡ଼ ଠାକୁର
ଛାଡି ଆସିଲ ତୁମେ ଶ୍ରୀ ମନ୍ଦିର
କେତେ ଦିନ ପରେ ତୁମ ସାଥେ ଭେଟ ହୋଇଲା
ଦୁଃଖ ଶୁଣି ବାକୁ ମୋର କେହି ନ ଥିଲା ।
ଜନ୍ମ ବେଦି ତୁମକୁ ପ୍ରଭୁ ଝୁରୁ ଥିଲା
ଆହେ ବଡ଼ ସାଆନ୍ତେ ଆଜି ପାଦ ପଡିଲା
ତୁମ ପାଇଁ ଜନ୍ମ ବେଦି ରେ ଲୀଳା ଲାଗିଛି
ତୁମ ବୃନ୍ଦାବନ. ଧାମ ଆଜି ଏ ପାଲଟିଛି ।
ବରସକ ପ୍ରଭୁ ତୁମେ ରହୁଥିଲ ଶ୍ରୀ ମନ୍ଦିରେ
ଦିନୁଟେ ନ ଭାବିଲ ନିଜ ମାଆ କଥା ମନରେ
ଆଜି ତୁମ ଜନ୍ମ ବେଦି ରେ ଗହଳି ଲାଗିଲା
ତୁମ ପାଇଁ ଗୁଣ୍ଡିଚା ମାଆ ଧନ୍ୟ ହୋଇଗଲା ।
