Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଜନଗଙ୍ଗା ଧାରା

ଜନଗଙ୍ଗା ଧାରା

1 min
358



ଦେଖି ବି ନଥିଲି    ଏବେ ଏହି ଦିଲ୍ଲୀ

ସତେ କି ମୋ ପୂରା ଦେଶ

ନିତି ଉଠେ ପଡେ  ଯାହା ଜଣା ପଡେ

ସମର ହୋଇନି ଶେଷ ।

ନାଲି ନୀଳ ବତୀ     ଚମକାଏ ଅତି

ଯେଉଁ ରାଜରାସ୍ତା ଧାର

ତହୁଁ କିଛି ଦୂରେ    ବସ୍ତିଘରେ ପୂରେ

ନିଛାଟିଆ ଅନ୍ଧକାର ।

ଲଜ୍ଜାକୁ ବସନ       ଶିଶୁକୁ ଅଶନ

ପିଇବାକୁ ନାହିଁ ପାଣି

ବାସହୀନ ପାଇଁ    ପଥପ୍ରାନ୍ତେ ଯାଇ

ତମ୍ବୁ ଦେଇଅଛ ଟାଣି ।

ଏବେ ମଧ୍ୟ ଥୋକେ ରହିଥାଉଁ ଭୋକେ

ଯେତେ କହ ହିନ୍ଦୁସ୍ତାନ

ସେ ଜନତା ପୁଣି    ପାରିବେ କି ଶୁଣି

ଗାଇଲେ ସଂସ୍କୃତି ଗାନ ?

ଜନଗଙ୍ଗା ଧାରା   ପଥେ ଏତେ ସାରା

ପ୍ରତିରୋଧ ଥାଉ ଥାଉ

ବହି ଅବିରଳେ   କେବେ ଲକ୍ଷ୍ୟସ୍ଥଳେ 

ପହଞ୍ଚି ପାରନ୍ତା ଆଉ ?

ପଥ ଅବରୋଧ    ଥିବା ଯାଏଁ କ୍ରୋଧ

ରଖିବ ପ୍ରବାହ ଏହି

ପ୍ରଖର ବି ଦିନେ  ହେବ ଧୈର୍ଯ୍ୟ ବିନେ

ରଖି କି ପାରିବେ କେହି !

ଘାତ ପ୍ରତିଘାତ   ହେଲେ ହେଉ ଜାତ

ବିଶାଳ ଉପଳ ସମ

ପ୍ରଗତି ପଥରେ     ସେସବୁ ସତରେ

ମାତ୍ର କ୍ଷଣସ୍ଥାୟୀ ଭ୍ରମ ।



Rate this content
Log in

Similar oriya poem from Inspirational