Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gautam Das

Abstract Inspirational Children

4  

Gautam Das

Abstract Inspirational Children

ଜନ ମନ ଛୁଉଁ ତୁମ ସଂଗୀତ

ଜନ ମନ ଛୁଉଁ ତୁମ ସଂଗୀତ

1 min
382


ପରିବାର ହିତ ମାତୃ ଅନୁଗତ

ଅହ ଦିବା ନିଶି ବରଷା ଖରା,

ମାଆର ଆଦେଶ ଅନୁରୋଧ ମତ

ମାଆ ହିଁ ତୁମର ଜୀବନ ପରା ।


ଅନ୍ତରର କଥା ଅଜାଡୁ ଥିଲା ସେ

ଡକାଇ ପାଖକୁ ଠାକୁମା ଘରେ,

ବାବାଂକ ଦେହାନ୍ତ ହେଲା ପରଠାରୁ

ନ ଛାଡିଲା କେବେ ପାଖରୁ ଥରେ । 


ପରିବାର ବନ୍ଧୁ ବାନ୍ଧବଂକ କଥା 

ବୁଝୁଥିଲ ସେନାପତି ଯେ ସାଜି, 

ମାଆ ଗଲାପରେ କାନ୍ଧେ ନେଇଚାଲ

ସମସ୍ତ ଦାୟିତ୍ୱ ଆରୋପ ଆଜି ।


କୁଳର ଦେବତା ଠାକୁର ଆମର 

ପରବ ପର୍ବାଣୀ ପୂଜା ବେଭାର,

ସାଥିରେ ସଭିଂକୁ ନେଇ ଆନନ୍ଦରେ 

କର ତାଂକ ସେବା ଯେ ଉପଚାର ।


ସମୟର ସ୍ରୋତ ଢେଉ କି ଲହଡି

ସଫଳତା ଖେଳୁଛି ଲୁଚକାଳି,

ମାଆ ଆଶିର୍ବାଦ ସାଜି ଫୁଲମାଳ 

ଗଳେ ଉତ୍ତରୀୟ ଓ କରତାଳି ।


ମାଆ ଠାରୁ ତ୍ୟାଗ ସେବା ବ୍ୟବହାର

ବାବାଂକ କର୍ତ୍ତବ୍ୟ ଓ ସଦାଚାର,

କର୍ମେ ତୁମେ ରତ କର୍ମ ତୁମ ଗୀତ

ଜନ ମନ ଛୁଉଁ ତୁମ ସଂଗୀତ ।


Rate this content
Log in

Similar oriya poem from Abstract