STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଜମାନବନ୍ଦୀ

ଜମାନବନ୍ଦୀ

1 min
297

ତୁମ ଇସ୍ତାହାର, ମୋ ଜମାନବନ୍ଦୀ,

ଠିକ୍ ଗୋଟିଏ ଜାଗାରେ,

ଆଜିକୁ ଦୀର୍ଘ ୨୫ ବର୍ଷ ତଳେ,

ଚୋରି କରିଥିବା ଅଭିଯୋଗରେ

ମୁଁ ତ ଏକା ଦୋଷୀ ନ ଥିଲି,

ତୁମେ ବି ଷାଠିଏ ପ୍ରତିଶତ ଭାଗୀଦାର

ଦୁଇଜଣ ମିଳିମିଶି ଭାଗୀଦାର,

ବାଃ , ଦଣ୍ଡ ପାଇଲା କିନ୍ତୁ ଜଣେ


ଦୀର୍ଘ ୨୫ ବର୍ଷ ତଳର ଯୌବନ ବୟସର

ଦଣ୍ଡ କିନ୍ତୁ ପରିଣତ ବୟସରେ,

ଏଯାଏଁ ଭୁଲି ନାହାଁନ୍ତି ଏ ସମାଜର ତଥାକଥିତ

ଶକୁନି ଆଉ ମନ୍ଥରା ମାନେ,

ଏବେବି ଶାଣିତ ଘୃଣ୍ୟ କଟାକ୍ଷ

ବିଚାରାଧୀନ ଅପେକ୍ଷାରେ ରାୟ

ଫାଶୀ ଶିକୁଳିଟା ଜଳଜଳ କରି ଚାହିଁ ହସୁଛି

ମୁରୁକି ମୁରୁକି ଅବା ତେରେଛା ଚାହାଣୀରେ

ହେଲେ ଘାତକର ପରବାୟ ନାହିଁ


ନୀଳ କାଗଜ ନାଲି ଲଫାପା

କନକନ ଛନଛନ ମନ

ଅକୁହା ବେଦନା, ଭୟାତୁର ଆଖି

ଥରିଲା ଥରିଲା ଓଠ

ବାରମ୍ବାର ଭିତରେ ଭିତରେ କେତେ କେତେ କଥା

ଆଖି ଆଗରେ ଦେଖିଲେ ସାହିତ୍ୟ ସାଥି କି ବହି ଭିତରେ

ମୋଡି ମାଡି ସଯତ୍ନରେ ହାତ ଲମ୍ବାଇ ଦେଇ

ବାସ୍

ଆଖି ପୁରେଇ ରକ୍ତମାଂସର ଛବିକୁ ଦେଖି ଦେଖି

ଇଶାରା ଇଶାରା ରେ ଚୋରି ହୋଇଥିଲା

ମୁଁ ମାରିନାହିଁ,ମାରିଦେଲ ତୁମେ ମୋତେ

ମୁଁ ଚୋରି କରିଥିଲି

ପ୍ରତାରଣା ଦେଇ ଘୃଣାର ପାତ୍ରୀ ସଜେଇ ଦେଲ

ଅନେକ ମିଠା ମିଠା, ଚୁପି ଚୁପି କଥା କହି,

କେମିତି ଦେଇ ପାରିଲ ଇସ୍ତାହାର,

ଯାହା ପାଇଁ ମୁଁ ଦେଉଛି ଆଜି ଜମାନବନ୍ଦୀ

ହଁ ଏ ମୋର ଜମାନବନ୍ଦୀ

ଜମାନବନ୍ଦୀ

ଜମାନବନ୍ଦୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract