STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଜଳନା ଜହର ପିଇ

ଜଳନା ଜହର ପିଇ

1 min
23.5K

 


   ନିଜକୁ ନିଜେ ମୁଁ ଜଳେଇ ଦେଇଛି

   ଧୂଆଁର ଜହର ପିଇ

   ନିଜ ଶବ ନିଜ କାନ୍ଧରେ ବୋହୁଛି   

   ଜଳିବା ଆଗରୁ ଯୁଇ


   ସୁନା ସ°ସାର କୁ କରିଦେଲି ଚୁନା

    ଜୀବନଟା ଛାରଖାର

    ବାଟବଣା ହେଲା ବୁଝାମଣା ସବୁ

    ଛିଡିଗଲା ଡେଣା ମୋର 

    ହଜାର ଆଶାମୋ ହଜାରେ ସପନ

    ଧୂଆଁରେ ଯାଇଛି ଧୋଇ

    ଧୂଆଁର ଜହର ପିଇ ...


    ନିଜେ ମୁଁ ଜଳୁଛି ଆନକୁ ଜାଳିଛି

    ମୋ ଧୂଆଁର ଧାସ ଦେଇ

    ଭାଷା ନପାଇ ମୁଁ କରୁଛି ପ୍ରଳାପ

    ଅକୁହା କାହାଣୀ କହି

    ଲୁହ ମୁଁ ପିଉଛି ଲହୁ ମୁଁ ଢାଳୁଛି

    ଶୋଇ ମୁଁ ପାରୁନି ଶୋଇ

    ଧୂଆଁର ଜହର ପିଇ ...


    ସୁଖ ଭାବି ଏବେ ଦୁଃଖ ସାଉଁଟୁଛି

    ଯାତନାରେ ଜଳିଜଳି

    ତାଳୁରୁ ତଳିପା ଦଦରା ଖୋଳପା

    ମନ ମୋ ପାରୁନି ଚଳି

    ଡରାଉଛି ମୋତେ ମୋ କଙ୍କାଳ ଆଜି

    ଡରାଉଛି ମୋର ଛାଇ

    ଧୂଆଁର ଜହର ପିଇ ...


    ଲିଭିବା ଆଗରୁ ମୋ ଜୀବନ ଦୀପ

    ଦୁନିଆକୁ କହେ ଆଜି

    ଧୂଆଁର ମୋହରେ ଅନ୍ଧ ହୋଇ କେହି

    କୋହରେ ଯାଅନା ଭିଜି

    ନିଜକୁ ତ ଯଦି ନିଜେ ଭଲପାଅ

    ଛାଡି ଦିଅ ଧୂଆଁ ଭାଇ

    ଜଳନା ଜହର ପିଇ...


     


     


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational