STORYMIRROR

Sandhya Rani Panigrahy

Inspirational

3  

Sandhya Rani Panigrahy

Inspirational

ଜଳିବା ପୃଥିବୀ ଓ ପ୍ରକୃତି

ଜଳିବା ପୃଥିବୀ ଓ ପ୍ରକୃତି

1 min
296


ପୃଥିବୀ ଅହରହ ଜଳୁଛି

ଅଗ୍ନି ଦଲକାଏ ଅଜାଡୁଛି

ଗରମ ନିଆଁରେ ବ୍ୟତିବ୍ୟସ୍ତ ଜୀବନ

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରରେ ଥକା ଏମନ


ବରଷାର ଦେଖାନାହିଁ

ଆସିବ ଆସିବ ଥିଲା ତ କହି

ଅଟକିଲା ଅଝଟିଆ ଏତେ ଡେରିକଲା

କଣ ପାଇଁ ନିଜର କଥା ଭୂଲିଗଲା


ବଣ ଜଙ୍ଗଲ କାଟି ସଫା ହେଲା

ଆଉ ଗଛ କିଏ ବି ନ ଲଗାଇଲା

ସବୁଜିମା ନଷ୍ଟ ହେଲାଣି

ଚାଷ ଜମି ଫାଟି ଆଁ କଲାଣି


ବରଫ ପୁଣି ତରଳିଲାଣି ହିମାଳୟର

ସୌରମଣ୍ଡଳରେ ଦେଖା ଦେଇଛି ଛିଦ୍ରର

ଏ ବାୟୁ ମଣ୍ଡଳ ଦୂଷିତ ହେଉଛି

ଆମେ ସଭିଏଁ ଦାୟୀ ଏଥିରେ କହୁଛି


ଗର୍ବିତ ଆମେ ବିଜ୍ଞାନର ଉନ୍ନତିରେ

ବିଫଳ ପ୍ରକୃତିକୁ ରକ୍ଷା କରିବାରେ

ନିଜକୁ ନିଜେ ନ ସଜାଡିବାରେ

ସମୟର ତାଳରେ ଅବାଟ ଚାଲିବାରେ


ପାଣିର ସ୍ତର କମୁଛି

ସମୁଦ୍ର ଅସ୍ଥିରତା ନା ଥମୁଛି

ବନ୍ୟା ବାତ୍ୟା ଓ ସୁନାମୀରେ

କେତେ ଧନ ଜୀବନ ଉଜୁଡ଼ାରେ


କୁଢ କୁଢ ଅଳିଆ ସାଙ୍ଗକୁ

ନର୍ଦ୍ଦମା ଜଳର ପ୍ରବାହକୁ

ଗଂଗା ନଦୀ ପ୍ଲାଷ୍ଟିକରେ

ଅଧାରୁ ଅଧିକା ପୋତିହେବାରେ


ଆସ ଲଗାଇବା ଗଛ ସମସ୍ତେ ମିଶି

ଧରିତ୍ରୀ ରାଣୀ ଦେବ ଖୁସିରେ ହସି

ଗଛଟିଏ ଯେ ଜୀବନଟିଏ

ଶପଥ ନେବା ଆମେ ସଭିଏଁ


ବରଷା ବେଳେ ବର୍ଷା ହେବ

ଫୁଲ ଫଳ ସବୁ ଫଳିବ

ଭୂତଳ ଜଳର ସ୍ତର ପୁଣି ବଢିବ

ବାୟୁମଣ୍ଡଳର ଉତ୍ତାପ କମିବ


ଧୀରେ ଧୀରେ ପବନ ବହିବ

ଆନନ୍ଦର ସୁର ପୁଣି ଶୁଭିବ

ନୂତନ ସୂର୍ଯ୍ୟ ଆକାଶରେ ଉଇଁବ

ଗଛ ଲଗାଇବା ଆମ ଦୀକ୍ଷା ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational