STORYMIRROR

Dharitri Das

Abstract Tragedy

3  

Dharitri Das

Abstract Tragedy

ଜଳବନ୍ଦୀ

ଜଳବନ୍ଦୀ

1 min
240

ଆମ ଓଡିଶାରେ ଆଜିବି ଅନେକ

        ଜିଲ୍ଲାହୁଏ ଜଳବନ୍ଦୀ

ମୁଖ୍ୟ ରାସ୍ତାଠାରୁ ବିଛିନ୍ନ ହୁଅନ୍ତି

       ଅନ୍ନ ବିନା ଧନ୍ଦୀପନ୍ଦୀ।

ସରକାରୀ ଦାନା ପାଇବା ଆଶାରେ

       ଗଗନ ମାର୍ଗକୁ ଚାହିଁ

ରହିଥାନ୍ତି ପରା    ଚାତକ ପରାଏ

       ଦିନ ମଜୁରିଆ ତହିଁ।

ସ୍ଥାୟୀ ସମାଧାନ କରନ୍ତିନି କେହି

       ବୁଝନ୍ତିନି ତାଙ୍କ କଥା

ଆଶ୍ୱାସନା ପାଇ ବୋଧ କରିଥାନ୍ତି

       ହୃଦୟର ସବୁ ବ୍ୟଥା।

ଖାଲି ସେତିକିରେ ସରୁନାହିଁ ଆମ

      ଜଳବନ୍ଦୀ ମହାଗାଥା

ମନ୍ଦିର ମାଳିନୀ ଭୁବନେଶ୍ୱରରେ

      ଅଚଳ ଡ୍ରେନ ବ୍ୟବସ୍ଥା

ସହରରେ ଘରେ ପଶିଯାଏ ପାଣି

  ଲୋକେ ହୁଅନ୍ତି ହୀନସ୍ତା

ବେଙ୍ଗ ମୁତିଦେଲେ ଆଣ୍ଠୁଏ ପାଣିରେ

        ବୁଡ଼ିଥାଏ ରାଜରାସ୍ତା।

କଟକ ସହର      କଥା ନ କହିଲେ

       ବହୁତ ଭଲ ହୋଇବ

ଗାଁ ଗହଳି କଥା     କ'ଣବା କହିବା

       ଦିନରାତି ନ ଅଣ୍ଟିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract