STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଜଳ

ଜଳ

1 min
342

ପଞ୍ଚ ତତ୍ତ୍ୱ ମଧ୍ୟେ ଜଳ ତତ୍ତ୍ୱ ଭିନ୍ନ

ଅନ୍ୟ ନାମ ତା ଜୀବନ

ଜଳ ହିଁ ରଖଇ ଖଗ ,ମୃଗ ,ନାଗ

ସ୍ଥାବରୁ ଜଙ୍ଗମ ପ୍ରାଣ

ନାହିଁ ସ୍ୱାଦ ନାହିଁ ରଙ୍ଗ ତାହାର

ବାସହୀନ ଅଜୈବିକ

ଅମ୍ଳଜାନ ସହ ଉଦଜାନ ସଂଯୋଗେ

ହୁଏ ଜଳ ଆବିର୍ଭୁତ

କେବେ ତ କଠୋର କେବେ ତ ସରଳ

ତରଳ ଗ୍ୟାସୀୟ ହୋଇ

ସ୍ଵେଦଜ,ଅଣ୍ଡଜ,ଜରାୟୁ,ଉଭିଦେ

କାୟା ପରି ଥାଏ ରହି

ସ୍ପର୍ଶରେ ତୁମର ଅପବିତ୍ର ନାଶ

ପବିତ୍ରତା ଆଗମନ

ପଲ୍ଲବିତ କର ଧରିତ୍ରୀ ଅଂକକୁ

ତରୁ ଲତା ଶସ୍ଯ ମାନ

ମୁକ୍ତା ବିନ୍ଦୁ ପରି ଦୃଶ୍ୟମାନ ଶୋଭା

ଦୁବଘାସ ଯତ୍ରେ ତତ୍ରେ

ମହାଦେବ ଶିରେ ନିର୍ଝରିଣୀ ସଦା

ପ୍ରବାହିତ ଅବିରତେ

ସର୍ବ ସମ୍ପଦର ସୃଷ୍ଟି ତୁମ୍ଭଠାରୁ

ଲକ୍ଷ୍ମୀ ମା' ଜନମ ସ୍ଥଳୀ

ଦେବତା ଦାନବ ସମୁଦ୍ର ମନ୍ଥନ

ଐଶ୍ୱର୍ଯ୍ୟ ମୃର୍ତ୍ତଶାଳୀ

ଦୁଃଖି ନୟନରୁ ପ୍ରବାହିତ ଧାରା

ଆବେଗ ସଂବେଗ ହୋଇ

ତୁମରି ଅଭାବେ ପୋଡି ଜଳିଯାଏ

ଶତେ ଅବା ଧରା ଭୂଇଁ

ଶୁଦ୍ଧ ଅବସ୍ଥାରେ ମହାନ ଔଷଧ

ମାନବର ତନୁ ପାଇଁ

ଦୂଷିତ ହୋଇଲେ ସର୍ବନାଶୀ ତୁମେ

ରୋଗ ,ବ୍ୟାଧି, ମୃତ୍ୟୁ ଦେଇ

ଶାନ୍ତ ଥିଲେ ତୁମେ କଳକଳ ନାଦେ

ମନକୁ ଉଲ୍ଲାସ କର

ଅଶାନ୍ତ ହୋଇଲେ ପ୍ରଳୟକୁ ରଚି

କରିଥାଅ ନାରଖାର

ଜଳ ସଂରକ୍ଷଣ କର ହେ ମାନବେ

ଶ୍ରେଷ୍ଠ ଧନ ସ୍ରଷ୍ଟାଙ୍କର

ଜଙ୍ଗଲ ସୁରକ୍ଷା ବନ୍ଧ ବାଡ଼ କରି

ବର୍ଷା ଜଳ ରକ୍ଷା କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract