ଜଳ କରିବା ସଂରକ୍ଷଣ
ଜଳ କରିବା ସଂରକ୍ଷଣ
ବିଶ୍ୱରେ ଭରିଛି କ୍ଷୁଦ୍ରରୁ ବୃହତ, ନାନା ଜାତିର ସୁମନ,
ତା ମଧ୍ୟରୁ ଜଳ, ତାହା ଥିଲେ ଦୁନିଆ ହୁଏତ ରଙ୍ଗୀନ |
ଗୋଡ ରଖି ଆଗ୍ନେୟର ଅଗ୍ନି କଣା ଭିତରେ,
ରହିବ ନିଶ୍ଚିତ ତୃଷାତୁର ଦୂରାଃବସ୍ଥା ଭିତରେ |
ଠିଆ ହୋଇ, ବିସ୍ତିର୍ଣ୍ଣ ମରୁଭୂମିର ମଧ୍ୟରେ,
ଖୋଜେ ମନ ଯାହା, ଜଳ ତ ସାହାରା ହୁଏରେ |
କ୍ଷତାକ୍ତ ମନ, ଉପେକ୍ଷିତ ଲାଂଛିତ ଭଙ୍ଗା ହୃଦୟରେ
ଜଳ ଦିଏ ଆଶ୍ୱାସନା, ଜ୍ବଳାମୁଖୀ ଉଦଣ୍ଡ ଭାବନାରେ |
ଗଛ ଭର୍ତ୍ତି ଥିଲେ, ଆକାଶେ ମେଘ ବରଷଇ ଜଳ,
ଜଳ ପାଇ ପଡିଆ ଜମିରେ ଚାଷୀ କରି ପାରିବ ହଳ |
ଗଛ ସିନା ଥିଲେ ଦେବ ଆମକୁ କେତେ ଫୁଲ ଫଳ,
ସେଥିରୁ ଖାଦ୍ୟ ପାଇଣ, ଆମର ଜୀବନେ ମିଳଇ ବଳ |
ଵୃକ୍ଷ ଯୋଗୁଁ ବର୍ଷା ହୁଏ, ନଈ ନାଳ ପାଣିରେ ଭରିବ,
ଜଳ ମିଳିବ ଭୂତଳୁ ଯଦି ଜଳ ବିନ୍ଦୁ ସଞ୍ଚିତ ରହିବ |
ବିନ୍ଦୁ ବିନ୍ଦୁ ଜଳ ସଞ୍ଚିତ ରହିଲେ ସିନା ସିନ୍ଧୁ ହୁଏ,
ଜୀବର ପରମ ବନ୍ଧୁ, ପରିବେଶ ତା ଦ୍ୱାରା ସ୍ବଚ୍ଛ ରହେ |
ଲଗାଇବା ଗଛ, ପରିବେଶକୁ ସବୁଜ ସୁନ୍ଦର କରିବା,
ଜଳ ଯେ ଜୀବନର ମୂଳ,ଜଳକୁ ନଷ୍ଟ ଓ ଅସନା ନକରିବା |
ମନେରଖ ସବୁ ଭଉଣୀ ଭାଇ, ଜଳ ରଖିୂବା ପରିମଳ,
ଜାଣିଶୁଣି ଜଳ ଅପଚୟ କଲେ ଭୋଗିବା ବିଷମ ଫଳ |
