STORYMIRROR

MADHU MITA

Inspirational

4  

MADHU MITA

Inspirational

ଜଳ ବନ୍ଦୀ

ଜଳ ବନ୍ଦୀ

1 min
188


ସବୁବେଳେ ମନେ ପ୍ରଶ୍ନ ଆସୁଥିଲା..

ପୂର୍ବରୁ ବି ତ କେତେ ବର୍ଷା ହେଉଥିଲା..

କିନ୍ତୁ ବର୍ତ୍ତମାନ କାହିଁକି ଚତୁର୍ପାର୍ଶ୍ୱ..

କେବଳ ଜଳମୟ ହିଁ ଦେଖା ଯାଉଥିଲା..!!??


ସ୍ମାର୍ଟ୍ ସିଟି ହଉଥିଲା ମୋର ଏ ସହର..

ସବୁଠୁ ସୁନ୍ଦର ସରସ..ମୋ ଭୁବନେଶ୍ୱର..!!

ତା ହେଲେ ଆଜି ଏତେ ଟିକେ ବର୍ଷା ଜଳ..

କାହିଁକି ମୋ ସହରକୁ ଡୁବାଇ ପାରିଥିଲା..??


ଭାଇଙ୍କ ସହ କଥା ହେଲି କାଲି..

ମୋ ସଂଶୟ ସେ ଦୂର କରିଦେଲେ..

ସହର ଦୂରବସ୍ଥାର ଅସଲି କାରଣ..

ସେ ମୋତେ ସମ୍ପୂର୍ଣ୍ଣ ବୁଝାଇ ଦେଇଥିଲେ...


ପୂର୍ବେ ଥିଲା କେତେ ବିସ୍ତୀର୍ଣ୍ଣ ଜମିଜମା..!!

ମୁକ୍ତାକାଶ ତଳେ ଭରି ରହିଥିଲା ସବୁଜିମା..!!

ନଭ ଦେହରୁ ଜଳ ଶୋଷି ନେବାରେ..

ଧରତୀ ଥିଲା ଯୋଗ୍ୟା..ପୂର୍ଣ୍ଣତଃ ସକ୍ଷମା..


ଜନବସତି ହୋଇ ଲୁଚିଲା ଖୋଲା ପଡିଆ..

କେବଳ କଂକ୍ରିଟ ଜଙ୍ଗଲର ହେଲା ମାନିଆ..

ନଭଶ୍ଚୁମ୍ବି ଅଟ୍ଟାଳିକା ମୁଣ୍ଡ ଉଠାଇ ଲାଗିଲା..

ଆଉ ଭୂମି ଜଳ..ଛାତ ଜଳରେ ପରିଣତ ହେଲା..


ଧରଣୀ ତ ଅସ୍ତିତ୍ବ ହରାଇଛି ନିଜ ସନ୍ତାନ ବାସ ରେ..

ବୁକୁ ଚିରି ଶୋଷି ନେବ ଜଳଦ ପ୍ରେମ କି ପ୍ରକାରେ..!?

ଧରା ଦେଖା ଯାଉନି ଆଉ..ସବୁଜିମା କି ମିଳିବ..??

ଆଉ ଅମ୍ବର ପ୍ରୀତି କିଏ ବା ଧାରଣ କରିବ..!!??


ତେଣୁ ଜଳବନ୍ଦୀ ହେଉଛି ଜଗତ..

ସ୍ବଳ୍ପ ବୃଷ୍ଟି ସହ ସଦା ଆଶଙ୍କା ମିଶ୍ରିତ..

ଜଳ ପ୍ରଳୟ କି ସତେ ହେଲାଣି ଆଗତ..!!

ସୃଷ୍ଟି ବିଲୟର ଏ କି ପୂର୍ବ ସଂକେତ..!?



Rate this content
Log in

Similar oriya poem from Inspirational