STORYMIRROR

susmita mohapatra

Inspirational

3  

susmita mohapatra

Inspirational

ଜଳ ଅମଳ

ଜଳ ଅମଳ

1 min
11.8K

ଦୁଇଟି ଅକ୍ଷରେ ନାମ ତାହାର

ଜୀବନ ଅଟଇ ସବୁ ଜୀବର l

ତରଳ ମଧ୍ୟରେ ଅଟଇ ଶ୍ରେଷ୍ଠ

ପସନ୍ଦ ତାହାର ଗଡ଼ାଣି ପୃଷ୍ଠ l

ତିନି ଭାଗ ସ୍ଥାନ ବସିଛି ମାଡି

ଭିଆଇଛି ଜୀବ ଗରଭ ଫାଡ଼ି l

ବହୁଳେ ଯାହାର ସୃଷ୍ଟି ନାଶ

ବିହୁନେ କାହାରି ନମେଣ୍ଟେ ଶୋଷ l

ଅଳପ ମଧୁର ବେଶି ଲୁଣିଆ

କେବେ ପୁଣି ତାର ସ୍ୱାଦ ଖାରିଆ l

ଦୂଷିତ ହୋଇଲେ ବ୍ଲିଚିଙ୍ଗ ମିଶାଇ

ଅବା ସଫା କରୁ ତାକୁ ଫୁଟାଇ l

ଅସରନ୍ତି ସେ ଯେ ସମ୍ପଦ ଏକ

ନିତ୍ୟକର୍ମେ ସଦା ସେ ଆବଶ୍ୟକ l

ତା' ବିନା ପେଟରେ ହୁଅଇ ଅମ୍ଳ

ଅଧିକେ ଉଦର ପାଇଁ ସେ କାଳ l

ବନ୍ଧ ଦେଇ ଘର ଛାତ ଉପରେ

ଅବା ଗାତ ଖୋଳି ମାଟି ଭିତରେ,

ସାଇତି ରଖିଲେ ବର୍ଷା ଋତୁରେ

ଅଭାବ ନହେବ ଗ୍ରୀଷ୍ମ କାଳରେ l

ଅମୂଲ ମୂଲ ସେ ଆମ ସମ୍ବଳ

ଯତନେ କରିବା ତା'ର ଅମଳ l

ପାରୁଛ କି ପିଲେ ତାହାକୁ ଜାଣି

ପଞ୍ଚ ମହାଭୂତେ, ସେ ପରା ପାଣି l


Rate this content
Log in

Similar oriya poem from Inspirational