STORYMIRROR

Hasyamayee Raj

Inspirational

4  

Hasyamayee Raj

Inspirational

ଜିତିଛ କୋଟି ହୃଦୟ ଓ ମନ

ଜିତିଛ କୋଟି ହୃଦୟ ଓ ମନ

1 min
333


ଲଡୁଆ ସିଂହ ଥିଲ ତୁମେ

ସନ୍ତାନ ମୋ ଉତ୍କଳ ଭୂଇଁର 

କୋଟି କୋଟି ସଲାମ୍ ଜଣାଏ

ହେ ମହାନ୍ ଏ ଜାତିର ବୀର ।। 


ପରାଧୀନ ଭାରତ ଆକାଶେ

ଦେଖିବାକୁ ନବ ସୂର୍ଯ୍ୟୋଦୟ 

ସହିଥିଲ ନିରବ ଯନ୍ତ୍ରଣା 

ପିଇଥିଲ କେତେ ଆଖି ଲୁହ ।।


ଦିଲ୍ଲୀ ଚଲୋ ଦୃପ୍ତ ଡାକରାରେ

ଗଡୁଥିଲା ଫୌଜିର ରଥ 

ପରିଷ୍କାର କରିଥିଲ ପୁଣି

କଣ୍ଟକିତ ସ୍ବାଧୀନତା ପଥ ।। 


ହାରିଯିବା ଜାତକରେ ନାହିଁ 

ମାନିବାନି ଆମେ କେବେ ବାଧା 

ଦେଖାଇଲ ଏହି ନୂଆ ଦିଶା

ସ୍ବପ୍ନ ସିନା ରହିଗଲା ଅଧା ।।


ଭିନ୍ନ ଥିଲା ସଂକଳ୍ପ ତୁମର

ଚଢିବାକୁ ସ୍ବରାଜ ଶିଖର 

ରକ୍ତ ଦିଅ ଦେବି ସ୍ବାଧୀନତା 

ତୋଳିଥିଲ ଦୃଢ଼ ଦୃପ୍ତ ସ୍ବର ।। 


ପଥ ହେଉ ଯେତେ ଦୁର୍ଗମ 

ଇଛା ବଳେ ଥିଲ ବଳୀୟାନ 

ଲଂଘିଥିଲ ପ୍ରତିକୂଳତାକୁ 

କରିବାକୁ ସ୍ବପ୍ନକୁ ପୁରଣ। 


ସ୍ବାଭିମାନୀ ସୁଭାଷ ହେ ବୀର

କୀର୍ତ୍ତିମାନ ତୁମେ ମହୀୟାନ 

ହାରି ନାହଁ ହାରି ନାହଁ ତୁମେ

ଜିତିଅଛ କୋଟି ହୃଦ ମନ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational