STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଜିଜୀବିଷା

ଜିଜୀବିଷା

1 min
250


ହାତ ପାହାନ୍ତାରେ ମୃତ୍ୟୁ ଥିଲା ବେଳେ ।

ହୃଦୟ ଓ ଆତୁର କେଉଁ ଏକ କୋଣରୁ

ଜାଗି ଉଠିଲା ଜୀବନ ପ୍ରତି ଏକ ଅଦମନୀୟ ମୋହ

ପୁଣି ଥରେ ପିଲା ହୋଇ ଯିବାକୁ

ନାଲି ଟୁକୁ ଟୁକୁ ସାଧବ ବୋହୁ ସହିତ ଖେଳିବାକୁ

ତରୁଣା ବସ୍ଥାରେ ଆମ୍ବ ବଗିଚାରେ ତାସ୍ ଖେଳିବାକୁ

ଉଜାଣି କ୍ଷେତରୁ ମାଛ, କଙ୍କଡା ଧରିବାକୁ

ଯୁବାବସ୍ଥାରେ ଝର୍କା ସେ ପାଖରେ

ବର୍ଷାରେ ଭିଜୁଥିବା ଅପରୂପା ଝିଅଟିକୁ

ଏକତରଫା ପ୍ରେମ କରିବାକୁ

ଶିକ୍ଷା ସମାପ୍ତି ପରେ ଚାକିରୀଟିଏ ପାଇଲେ ଆୟୋଜିତ ବିବାହ

ଅନ୍ୟ ରାଜନୈତିକ ଦଳର ହାତବାରିସୀ

ଆକବାଦ ମୁହାଁ ମୌଳଧର୍ମୀ ଉଦଗୀରଣ

ଗୃହସ୍ଥ ଜୀବନର ତେଲ ଲୁଣ ସଂସାର ଭିତରେ

କେଉଁ ଏକ ବ୍ରହ୍ମ ମୁହୂର୍ତ୍ତରେ ବାଥରୁମରେ

ଗୁଣୁ ଗୁଣେଇଥିବା ଶବ୍ଦର ତାଡନା

ସେ ତାଡନା ଭିତରେ ଅସରନ୍ତି ଯାତନା ଓ ମୁହୁର୍ମନ୍ଦୁ ସଂଘାତ

ଯାହାକି ଝରି ଆସେ କିଛିଟା ନିରୁତା, ଅଲଗା, ବାସନ୍ତିକ କବିତାରେ।



Rate this content
Log in

Similar oriya poem from Classics