ଜୀଵନ
ଜୀଵନ


ମଧୁର ସନ୍ଧାନ ରେ, ଜଂଜାଳ ଗ୍ରସ୍ତ
ଜୀବନଟା, ଯେବେ ବିଚିତ୍ର ରଙ୍ଗରେ
ରଙ୍ଗେଇ ହୁଏ, ଖୋଜୁଥାଏ ପ୍ରତିଟି
ମୁହୂର୍ତ୍ତ ସନ୍ଧାନ ବାସ୍ତବତାର
ଏ ଜୀଵନ ଟା କଣ ବିଚିତ୍ରବର୍ଣ୍ଣା
କେବେ ଫୁଲ, କେବେ କଣ୍ଟା
କେବେ ହସ କେବେ କାନ୍ଦ
କେବେ ପୁଣି ହଜିଯାଏ
ମାଜିଯାଏ ଭାବନାର
ସାଗର ତଟରେ
କେବେ ପୁଣି ମୁଣ୍ଡ ପିଟୁଥାଏ
ବେଳାଭୂମିରେ