Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଜୀବନଟା ଆଜି ଏକା ଏକା

ଜୀବନଟା ଆଜି ଏକା ଏକା

1 min
309


ଜୀବନ ଟା ଆଜି ଏକା ଏକା

ଯୌବନ ଟା ଗଲା ଫିକା ଫିକା

ନ ମିଳିଲେ କେହି ବିଶ୍ଵାସୀ ସାଥୀ

ପ୍ରେମ ହେଲା ମୋର ଫାଙ୍କା ଫାଙ୍କା ।


ପ୍ରେମର ପ୍ରକୃତ ସ୍ଵରୂପ 

ବୁଝି ନ ପାରିଲି ଏକା ଏକା

ମନ ଓ ହୃଦୟ କୁହନ୍ତି ମୋତେ

ସେ ସବୁ ଅଟନ୍ତି ଫାଙ୍କା ଫାଙ୍କା ।


ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲୁଛି ଯିଏ

ଦୁନିଆଁରେ ଆଜି ସେ ଏକା ଏକା

ଅର୍ଥ ନାହିଁ କି ନାହିଁ ଯଦି କ୍ଷମତା

ଆଜିକା ଦୁନିଆଁରେ ସେ ଫାଙ୍କା ଫାଙ୍କା ।


ପ୍ରେମ ପାଇଁ ଲୋଡା ଏବେ ଯେ ଅର୍ଥ

ସାମାଜିକ ପ୍ରତିଷ୍ଠା ପାଇଁ ଲୋଡା ସ୍ବାର୍ଥ

କ୍ଷମତା ହିଁ ଆଜିକା ଦୁନିଆଁର 

ଜୀବନର ଅର୍ଥ ।


ନିଃସ୍ୱାର୍ଥପର ଓ ସତ୍ୟନିଷ୍ଠ ବ୍ୟକ୍ତି

ହରାଉଛି ସମାଜେ ତା'ର ଶକ୍ତି

ସାମୂହିକ ଉନ୍ନତି ପାଇଁ ଯିଏ ଚିନ୍ତିଲା

ସଂସାର ପରିବାର ତା'ର ଡୁବିଲା ।


ପରିବାର ପରିବେଶ ଆଜି କଳୁଷିତ

ମିଛ ଆଦର୍ଶେ ସଭିଏଁ ଅନୁପ୍ରାଣିତ

ବସ୍ତୁବାଦୀ ଦୁନିଆଁରେ

ସ୍ଵାର୍ଥ ଅର୍ଥ ପଛେ ସଭିଏଁ ଅନୁ ଧାବିତ ।

    

କାହାକୁ କରିବା ବିଶ୍ଵାସ

କାହାକୁ କରିବା ଅବିଶ୍ବାସ

ବିଶ୍ଵାସ ଅବିଶ୍ବାସ ର ଗଳିରେ

ବଞ୍ଚୁଛି ଆଜି ଏ ଅତ୍ୟାଧୁନିକ ମନୁଷ୍ୟ

ସବୁଠି ବାରି ହୁଏ ସ୍ଵାର୍ଥ ର ବିଷ

ସମାଜ ନୁହେଁ ସମଗ୍ର ନୁହେଁ

ମନୁଷ୍ୟ ଏବେ ପିଉଛି ପାରିବାରିକ

 ସ୍ଵାର୍ଥର ବିଷ ।


 ଲଙ୍ଗଳା ଫକୀର ସଦୃଶ

 ଏ ମନୁଷ୍ୟ ଜୀବନ

 ଆସିଛି ସେ ଏକା ଏକା

 ଯିବ ଶୂନ୍ୟ ହୋଇ ଫାଙ୍କା ଫାଙ୍କା

 ସ୍ଵାର୍ଥ ଓ ଅର୍ଥ ର ପ୍ରାଚୁର୍ଯ୍ୟ ମଧ୍ୟ

  ଜୀବନ ଟା ଆଜି ଏକା ଏକା

  ଯୌବନ ଟା ଗଲା ଫିକା ଫିକା

   ନ ମିଳିଲେ କେହି ବିଶ୍ଵାସୀ ସାଥୀ

   ପ୍ରେମ ହେଲା ମୋର ଫାଙ୍କା ଫାଙ୍କା ।


Rate this content
Log in

Similar oriya poem from Abstract