STORYMIRROR

Raja Sekhar CH V

Inspirational

3  

Raja Sekhar CH V

Inspirational

ଜୀବନ୍ତ ଜୀବନ

ଜୀବନ୍ତ ଜୀବନ

1 min
973


ରଚନା : ଶ୍ରୀ ରାଜଶେଖର ସି 'ଚିମା'


କେତେ ଅନନ୍ୟ ଅମୂଲ୍ୟ ଏହି ଜୀବନ୍ତ ଜୀବନ,

ନିଶ୍ଚୟ କରିବା ଯାହାକୁ ପରମ ପୂଜନୀୟ ପାବନ,

ପୁଣି ସୀମିତ ଯେ ଯାବଚ୍ଛ୍ରେଷ୍ଠ ଯୌବନ ଚାଞ୍ଚଲ୍ୟ ଯୌବନ,

ଆକାଂକ୍ଷା ସାର୍ଥକ କରି ସୃଷ୍ଟି କରନ୍ତୁ ନୂତନ ନିରୁପମ ନନ୍ଦନବନ |୧|

ରହୁ ଦୈନନ୍ଦିନ ଦିନଚର୍ଯ୍ୟା ରେ ଅପରିବର୍ତ୍ତିତ ଅନୁଶାସନ,

ଶ୍ରୀଜୀଉଙ୍କ ଆରାଧନା ରେ ଲୀନ ରହୁ ଏହି ଚଞ୍ଚଳ ମନ,

ନୀତି-ଶିକ୍ଷା ଧର୍ମ-ଶିକ୍ଷା ସୂକ୍ତି ସାମ୍ପ୍ରାପ୍ତିରୁ ହୁଅନ୍ତୁ ସଚେତନ,

ପତିତପାବନ ପୁଣ୍ୟକ୍ଷେତ୍ରଙ୍କର କରନ୍ତୁ ପରମାର୍ଥିକ ପରିଦର୍ଶନ |୨|

ପ୍ରାକୃତିକ ରମଣୀୟ ଆକର୍ଷକ ସ୍ଥଳୀଙ୍କର କରନ୍ତୁ ସନ୍ଦର୍ଶନ,

ଏହି ଅଲୌକିକ ଅନୁଭବ ର କରି ହେବନି ଉପାଖ୍ୟାନ,

ଦୃଶ୍ୟ ଦେଖି ଆନନ୍ଦ ପାଆନ୍ତି ଦେଖଣାହାରୀଙ୍କ ନୟନ,

ସୀମିତ ଜୀବନ ରେ ସୁଚାରୁ ରହୁ ଏହି ଅନୌପମ୍ୟ ଅନୁସନ୍ଧାନ |୩|

ପ୍ରତି ସମସ୍ୟା ର ମିଳି ନ ପାରେ ସମୟୋପଯୋଗୀ ସମାଧାନ,

ବ୍ୟର୍ଥ ଚିନ୍ତା ବୃଥା କର୍ମରେ ନଷ୍ଟ କରିବାନି ନିଜ ବହୁମୂଲ୍ୟ ବ୍ୟବଧାନ,

ଆୟୁଷ ଆରୋଗ୍ୟ ଉପାର୍ଜିତ ତତ୍ତ୍ୱଜ୍ଞାନ ଧନର ରଖିବା ସମୟକ୍ରମେ ଧ୍ୟାନ,

ତତ୍‌ପଶ୍ଚାତ୍ କରିହେବ ଜୀବନୀ ଶକ୍ତିର ତାତ୍ପର୍ଯ୍ୟପୂର୍ଣ୍ଣ ରସପାନ ତତ୍ତ୍ୱାବଧାନ |୪|

ଭରି ଦିଅନ୍ତୁ ଜୀବନ କାଳରେ କାର୍ଯ୍ୟକୁଶଳତା ସୃଜନ,

ସମସାମୟିକ ସଙ୍ଘର୍ଷ କଷ୍ଟକୁ କରିବାକୁ ହେବ ସହନ,

ନଶ୍ଵର କାୟାରୁ କେବେ ତ ଘଟିବ ପ୍ରାଣ ବିସର୍ଜନ,

ଆୟୁଷ୍କର ଆତ୍ମାର ଅସ୍ତିତ୍ଵ ଅଶେଷ ଅପରିବର୍ତ୍ତନୀୟ ଆକୃତି ବିହୀନ |5|

ଜୀବନଧାରଣରେ ନିମିଷ ନିମିଷ ଅତ୍ୟନ୍ତ ମୂଲ୍ୟବାନ,

ସୌହାର୍ଦ୍ଦ ସାଦର ସ୍ନେହ ସହ ଦିଅନ୍ତୁ ସମସ୍ତଙ୍କୁ ସନ୍ତାନ,

ଇହଲୋକରେ ରହିବେ ବିପୁଳ ସାଂସାରିକ ମୋହବନ୍ଧନ,

ଜୀବନ୍ତ ଜୀବନ ରେ ପ୍ରେମ ସମ୍ପ୍ରୀତି ହେଉଛନ୍ତି ଇହାମୃତ ଇନ୍ଧନ |୬|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational