Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Classics Inspirational

3  

Alekha Pasad Moharana

Classics Inspirational

ଜୀବନ୍ତ ଈଶ୍ୱର

ଜୀବନ୍ତ ଈଶ୍ୱର

1 min
233



ଜୀବନ ବେଦୀର ଜୀବନ୍ତ ଈଶ୍ୱର ପିତା ମାତା ଗୁରୁଦେବ

ପ୍ରେମ ପୁଷ୍ପ ଦୋଳେ ଭକତି କଲ୍ଲୋଳେ ପୂଜ ଶ୍ରୀ ପଦାରବିନ୍ଦ ।

ସକଳ ଆଧାର ଗୁରୁ ମହେଶ୍ୱର ବ୍ରହ୍ମା ବିଷ୍ଣୁ  ତିନି ଦେବ

ଗୁରୁ ପିତା ମାତା ଗୁରୁ ବନ୍ଧୁ ସଖା ଯୁଗେ ଯୁଗେ ଏହି ଭଵ।


ଅମା ଅନ୍ଧକାରେ ଆଲୋକ ବର୍ତ୍ତିକା ଵିପାକରେ ଆଶା ଜଷ୍ଟି

ଜୀବନ ମରୁରେ ଆଶାର ପାଦପ  ଅନ୍ତର ବୈଶାଖେ ବୃଷ୍ଟି ।

ମନ ବଡ଼ ଦାଣ୍ଡେ ଜଗତର ନାଥ ବିଶ୍ୱାସର ନନ୍ଦିଘୋଷ

ହୃଦୟ ମନ୍ଦିରେ ଭକତି ଅଞ୍ଜଳି ଭାବ ନିର୍ମାଲ୍ୟର ବାସ ।


ଅଭୟ ଆଶ୍ରୟ ମରଣର କ୍ଷୟ  ସଦା ବରାଭୟ ଦାତା 

ଜୀବନ କାଣ୍ଡାରୀ ଭଵ ପାରାବାରେ  ସକଳ ଜୀବ ନିୟନ୍ତା ।

ଧରମର ଧାର କରୁଣା ନିର୍ଝର ମୁକ୍ତିର ଶ୍ରେଷ୍ଠ ଅୟନ

ବିଛିର୍ଣ୍ଣ ଜୀବନ ହୋଇଯାଏ ପୂର୍ଣ୍ଣ  ସମସ୍ୟାର ସମାଧାନ ।


ଶରଣ ରକ୍ଷଣ ପତିତପାବନ ବ୍ୟଥାହାରି କୃପାସିନ୍ଧୁ

ଅଗତିର ଗତି ସ୍ବୟଂ ବିଶ୍ଵପତି  ଦୀନଜନ ଦୀନବନ୍ଧୁ ।


Rate this content
Log in

Similar oriya poem from Classics