Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Tragedy

3  

Hitesh Mohapatra

Tragedy

ଜୀବନ୍ତ ଦଗ୍ଧ

ଜୀବନ୍ତ ଦଗ୍ଧ

1 min
181


କିଏ ହେଲାଣି ଅନାଥ 

ତ କିଏ ହେଲାଣି ବିଧବା 

କାହାର ଅନ୍ଧର ଲଉଡ଼ି ଗଲାଣି ତ ହଜି 

ଆଉ କିଏ ଘରକୁ ଫେରିବାର ବାଟ ପାଉନି ଖୋଜି । ୧ 


ମୁଠାଏ ଭାତ ପାଇଁ 

କିଏ ଜୀବନକୁ ଲଗାଇ ଲାଣି ବାଜି 

କିଏ ସମାଜକୁ ବଞ୍ଚେଇବା ପାଇଁ ନିଜେ ଗଲାଣି ହଜି 

ବଞ୍ଚି ରହିଥିବା ମଣିଷ କଥା ଛାଡ 

ମଢ଼ ଭି ଜାଗା ଖଣ୍ଡେ ପାଇଁ ଲଗାଉଛି ପଇସାର ବାଜି । ୨ 


କାନ ନ ଶୁଣିଥିବା ଘଟଣା 

ଆଜି ଏ ଆଖି ଦେଖିଲା 

ଧନୀ ଗରିବ ସଭିଏଁ 

ଆଜି  ଧାଡିରେ ଠେଲା ପେଲା । ୩ 


କାହୁକୁ ମିଳୁନି ଅମ୍ଳଜାନ 

ତ କାହାକୁ ଡାକ୍ତରୀ ସେବା 

ସେଥିରେ ବି ଏ କ୍ରୂର ମଣିଷ ଜାତି 

ପଛେଇନି ସେକିବାରେ 

ନିଜର ଘରର ତାୱା । ୪ 


ଶେଷକୁ ....

ପ୍ରକୃତିର ଛାଟରେ ନ ଥାଏ ଶବ୍ଦ 

ଛାଡିଦିଏ ବଞ୍ଚିବାକୁ କରି ଜୀବନ୍ତ ଦଗ୍ଧ । ୬ 



Rate this content
Log in