ଜୀବନରେ ବିଚ୍ଛେଦ
ଜୀବନରେ ବିଚ୍ଛେଦ
ଜୀବନ କେବେ ଶକ୍ତ ପାହାଡ
କାଠ ଗଣ୍ଡି ପରି
ସୁଖ ଦୁଃଖ ଯନ୍ତ୍ରଣା ଇତ୍ୟାଦି
ଝଡ଼ ବରଷା ସହି
ଜୀବନ କେବେ ଏମିତି ଋତୁ
ପ୍ରେମ ପ୍ରଣୟ ଭରି
ଜୀବନ କେବେ ଏମିତି ଫୁଲ ବଗିଚା
ବିଛେଦେ ଫୁଟି ପଡଇ ଝରି
ଜୀବନ କେବେ ଏମିତି ପକ୍ଷୀ
ଆକାଶେ ଉଡେ ନୀତି
ଜୀବନ କେବେ ଏମିତି ଗଛ
ଛାଇ ପାଇଁ ପଡେ କେତେ ଝୁଣ୍ଟି
ଜୀବନ କେବେ ଏମିତି ସ୍ମୃତି
ଅତୀତ ଡାକେ ହାତ ଠାରି
ଜୀବନ କେବେ ଏମିତି ଗୀତି
ଆଜିରେ ହେଜି କରି
ଜୀବନ କେବେ ଏମିତି ସ୍ବପ୍ନ
ଆଗାମୀ ଆଶା ଭରି
ଜୀବନ କେବେ ଆସନ୍ତା କାଲି
ସ୍ବପ୍ନ ଆସେ ଥିରି
ଜୀବନ କେବେ ପୂଣ୍ୟ ଭୂଇଁ
ଯାଏ କିଏ ସ୍ମରି
ଜୀବନ କେବେ ପାପ ଭାରା
ହେଜି ଦୁଃଖ ଭାରି
ଜୀବନ କେବେ ସମୁଦ୍ରଟିଏ
ଜୁଆର ଭଟ୍ଟା ଭରି
ଜୀବନ କେବେ ଏମିତି ସୂତା
ଖିଏ କିଏସେ ରଖେ ଧରି
ଜୀବନ ସାରା ବିଚ୍ଛେଦ ଖାଲି
ଭାବେ ଯାଆନ୍ତି ମରି
ଜୀବନ ଯାକ ବିରହ ଏତେ
ହୁଏ ମୁଁ ହତଶିରୀ
ଜୀବନ ଥିଲେ ବିଚ୍ଛେଦ ବିରହ
ପଛରେ ଥାଏ ପୁରି, ହେବାକୁ ଖାଲି ଝୁରି ।
