STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜୀବନରେ ବିଚ୍ଛେଦ

ଜୀବନରେ ବିଚ୍ଛେଦ

1 min
224

ଜୀବନ କେବେ ଶକ୍ତ ପାହାଡ 

କାଠ ଗଣ୍ଡି ପରି 

ସୁଖ ଦୁଃଖ ଯନ୍ତ୍ରଣା ଇତ୍ୟାଦି 

ଝଡ଼ ବରଷା ସହି 

ଜୀବନ କେବେ ଏମିତି ଋତୁ 

ପ୍ରେମ ପ୍ରଣୟ ଭରି 

ଜୀବନ କେବେ ଏମିତି ଫୁଲ ବଗିଚା 

ବିଛେଦେ ଫୁଟି ପଡଇ ଝରି 

ଜୀବନ କେବେ ଏମିତି ପକ୍ଷୀ 

ଆକାଶେ ଉଡେ ନୀତି 

ଜୀବନ କେବେ ଏମିତି ଗଛ 

ଛାଇ ପାଇଁ ପଡେ କେତେ ଝୁଣ୍ଟି 

ଜୀବନ କେବେ ଏମିତି ସ୍ମୃତି 

ଅତୀତ ଡାକେ ହାତ ଠାରି 

ଜୀବନ କେବେ ଏମିତି ଗୀତି 

ଆଜିରେ ହେଜି କରି 

ଜୀବନ କେବେ ଏମିତି ସ୍ବପ୍ନ 

ଆଗାମୀ ଆଶା ଭରି 

ଜୀବନ କେବେ ଆସନ୍ତା କାଲି 

ସ୍ବପ୍ନ ଆସେ ଥିରି 

ଜୀବନ କେବେ ପୂଣ୍ୟ ଭୂଇଁ 

ଯାଏ କିଏ ସ୍ମରି 

ଜୀବନ କେବେ ପାପ ଭାରା 

ହେଜି ଦୁଃଖ ଭାରି 

ଜୀବନ କେବେ ସମୁଦ୍ରଟିଏ 

ଜୁଆର ଭଟ୍ଟା ଭରି 

ଜୀବନ କେବେ ଏମିତି ସୂତା 

ଖିଏ କିଏସେ ରଖେ ଧରି 

ଜୀବନ ସାରା ବିଚ୍ଛେଦ ଖାଲି 

ଭାବେ ଯାଆନ୍ତି ମରି 

ଜୀବନ ଯାକ ବିରହ ଏତେ 

ହୁଏ ମୁଁ ହତଶିରୀ 

ଜୀବନ ଥିଲେ ବିଚ୍ଛେଦ ବିରହ 

ପଛରେ ଥାଏ ପୁରି, ହେବାକୁ ଖାଲି ଝୁରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract