STORYMIRROR

Sukanti Hotta

Abstract

4  

Sukanti Hotta

Abstract

ଜୀବନର ଶୂନ୍ୟତା

ଜୀବନର ଶୂନ୍ୟତା

1 min
718

ସମୟ ସାଥିରେ ଗଡିଚାଲେ

ଜୀବନର ସୋପାନ

ଯୌବନର ଗର୍ବ ବାର୍ଦ୍ଧକ୍ୟର ଅସହାୟ

କି ଅଦଭୂତ ଜୀବନ !

ଦି ଛକିର ଜୀବନ l


ଯୌବନର ଗର୍ବ ଚୁରମାର କରିଦିଏ

ସୁଖର ସଂସାରକୁ

ବାର୍ଦ୍ଧକ୍ୟ ଝୁରୁଥାଏ ସ୍ନେହ ପ୍ରେମ

ଭଲ ପାଇବାକୁ

ନିନ୍ଦୁଥାଏ ଦି ଛକିର ଜୀବନକୁ !


ପିଲାବେଳ ଚପଳତା ଯୌବନର ଚଞ୍ଚଳତା

ବାର୍ଦ୍ଧକ୍ୟର ନିରାଶ୍ରୟତା

ମନ ଥିଲେ ଧନ, ଧନ ଥିଲେ ମନର

ଅଭାବହିଁ ଜୀବନର ଅବସ୍ଥା

ଅଦଭୂତ ଦି ଛକି ଜୀବନର ଶୂନ୍ୟତା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract