STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
11.6K

ଆଞ୍ଜୁଳାଏ ଜୀଵନର ରଙ୍ଗ ହସ୍ତରେ ଧରି

ଚାଲିଛି ମୁଁ ପଥ ଧାରେ ନିଜ କର୍ତ୍ତବ୍ୟ କରି।


ହୃଦୟର ସ୍ପନ୍ଦନରେ ଗୋଲାପୀ ପ୍ରେମର ରଙ୍ଗ

ସୁସମୟେ ଝରିପଡ଼େ ପୀତ ଖୁସି ରଙ୍ଗ।


ସବୁଜିମା ଭରା ରହୁ ଏ ପ୍ରଶାନ୍ତ ଜୀଵନ

ନହେଉ ଦୁର୍ବିକ୍ଷ କେବେ ଅଶାନ୍ତେ ବିଷର୍ଣ୍ଣ।


ଘନନୀଳ ଅଥଳ ଭାବନାର ବିବ୍ରତ ସେ ଉର୍ମି

ନକରୁ ଅଥୟ ସଦା ମୁଖେ ଥାଉ ହସର ରଶ୍ମି।


କଳଙ୍କର କୃଷ୍ଣ ରଙ୍ଗ ନଲାଗୁ ଚରିତ୍ରରେ ମୋର

ଶ୍ୱେତ ଶୁଦ୍ଧ ରଙ୍ଗେ ହେଉ ସଦା ତେଜିୟାନ। 


ଭିନ୍ନ ଭିନ୍ନ ରଙ୍ଗ କରେ ଜୀବନକୁ ରଙ୍ଗ ଓ ବେରଙ୍ଗ

କମ୍ପିତ ହେଉ ଜୀଵନ ଶୁଦ୍ଧତାର ସୁବର୍ଣ ତରଙ୍ଗ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract