STORYMIRROR

Satyanarayan Sahoo

Romance Tragedy Action

4  

Satyanarayan Sahoo

Romance Tragedy Action

ଜୀବନର ଲମ୍ବା ରାସ୍ତା

ଜୀବନର ଲମ୍ବା ରାସ୍ତା

1 min
232

ଜୀବନ ର ଲମ୍ବା ରାସ୍ତା ଅତିକ୍ରମ ପାଇଁ

ଅହରହ ସ୍ବପ୍ନ ନେଇ ପ୍ରାଣୀ ଥାନ୍ତି ଧାଇଁ ।

ଜୀବନ ଟି ଅଟେ ଏକ ଲମ୍ବା ରାସ୍ତା ପରି

ଚାଲୁ ଛନ୍ତି ଦେଖ ତହିଁ ପାଥେୟ କୁ ଧରି ।

ଅସଂଖ୍ୟ ପ୍ରକାର ପ୍ରାଣୀ , କୀଟ , ପତଙ୍ଗମ

ପଶୁ , ପକ୍ଷୀ , ଜୀବ , ଜନ୍ତୁ , ମନୁଷ୍ୟ , ଜଙ୍ଗମ ।

ପାଥେୟ ବିହୀନ ଯେତେ , ଯାଆନ୍ତି ପଛେଇ

ପାଥେୟ ସହିତ ଗତି  ଥାଏ ଟି ଆଗେଇ ।

ଜୀବନ ର ଲମ୍ବା ରାସ୍ତା ପାରି ହେବା ପାଇଁ

ବ୍ୟବହାର ସ୍ନେହ ପ୍ରେମ ଶ୍ରଦ୍ଧା କୁ ଅଜାଡ଼ି ।

ଦିଅନ୍ତି ସଭିଏଁ ନିତି ଅଭିନବ ଭାବେ

 ପ୍ରୟାସ ଜାରି ରଖନ୍ତି ଆଗକୁ ସେ ଯିବେ ।

ଜୀବନ ର ଲମ୍ବା ରାସ୍ତା ଅତିକ୍ରମ ନିତି

କରି ବାରେ ଯାଉ ଅଛି ଏ ଜୀବନ ବିତି ।

ଆହା କି ରହସ୍ୟ ଘେରା ଏଇ ଯାତ୍ରା ପଥ

ଅଗ୍ର ଗାମୀ ହୁଏ ଯହିଁ , ଆଶା ରେ ତୁରିତ ।

ଅସଂଖ୍ୟ ଆଶା , ଆକାଂକ୍ଷା, କାମନା ବାସନା

ସହିତ ଜଡିତ ବହୁ ଜୀବନ ଯାତନା ।

ଘେନି ନୂଆ କୌଶଳ ରେ ଉନ୍ନତି ଦିଗରେ

 ପ୍ରଚେଷ୍ଟା ଜାରି ସେ ଅଗ୍ର ଗତି ନିତି କରେ ।

ଜୀବନ ର ଲମ୍ବା ରାସ୍ତା କେଡେ ଚମତ୍କାର

ଲାଗୁ ଥାଏ ପ୍ରତି କ୍ଷଣେ ମହା ଭୟ ଙ୍କର ।

କେତେ କେତେ ଭାବ , ଅନୁଭୁତି ଓ ପ୍ରେରଣା

 ଅବିରତେ କରୁ ଥାଏ ମନ କୁ ଉନ୍ମନା ।

ନବ ନବ ଚିନ୍ତା, ଜ୍ଞାନ, କୌଶଳ ଗ୍ରହଣ

ଶିକ୍ଷା ଓ ପ୍ରୟୋଗ ତହିଁ କରି ଥାନ୍ତି ଜନ ।

କି ? ଅନୁସନ୍ଧାନ ପାଇଁ ରତ ରହି ଧାଇଁ

ଚାଲି ଥାନ୍ତି ଲମ୍ବା ରାସ୍ତା , କେଉଁ ଲକ୍ଷ୍ୟ ନେଇ ।

 ପ୍ରତିବର୍ଷ , ପ୍ରତି ଦିନ , ପ୍ରତି କ୍ଷଣେ ଧାଇଁ 

ଜୀବନ ର ଲମ୍ବା ରାସ୍ତା ଅତିକ୍ରମ ପାଇଁ ।

କେ ଜାଣେ କିପାଇଁ , କେଉଁ ଦୂରେ ହେବ ଶେଷ

ଜୀବନ ର ଲମ୍ବା ରାସ୍ତା କି ? ଗୁଢ ରହସ୍ୟ ।

ଜାଣିବାକୁ ମନଲୋଭା ହୋଇଥାଏ ସିନା

ଅନନ୍ତ , ରାସ୍ତା ର କରି ପାରେ କେ , ? କଳନା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance