STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ଜୀବନର ଲକ୍ଷ୍ୟ

ଜୀବନର ଲକ୍ଷ୍ୟ

1 min
283


ଲକ୍ଷ୍ୟ ଜୀବନର  ପ୍ରାପ୍ତ ସ୍ୱର୍ଗଦ୍ୱାର

     ଭସ୍ମହେବ ଅହଂକାର

କିଏ ତୋ ନିଜର କିଏ ତୋର ପର

     ଛାଡ଼ ତୁ ବାଛ ବିଚାର ll


ଜୀବନ ଯୁଦ୍ଧରେ  ମରଣ ହାଟରେ

    କଉତୁକ  ଲୋଭ ତୋର 

ଜମିବାଡ଼ି ଘର   ଧନ ସମ୍ପତ୍ତିର

     ଗରବ ତୋ କି ସୁନ୍ଦର ll


ଭାରିଜା ତୋହର  ପ୍ରେମ ବିରହର

     ପୁତ୍ର କନ୍ୟା ମୋହ ମାୟା

 ତାହାର ସେବାରେ ଜୀବନ ସ୍ୱାଦରେ

      ପଚେ ସଢେ ତୋର କାୟା ll


ଅଶିକ୍ଷା ଅଜ୍ଞାନ  ରୋଜଗାର ଧନ

    ବ୍ୟତିବ୍ୟସ୍ତ ପ୍ରତିକ୍ଷଣ

ଲାଭର ଲାଳସା ଲକ୍ଷ ପତି ନିଶା

     ମର୍ମାହତର କାରଣ ll


ଅନ୍ଧ କାମନାରେ  ଇନ୍ଦ୍ରିୟ ସୁଖରେ

     ଯୌବନରେ ପୌଢପ୍ରାପ୍ତି

ଚରିତ୍ର ସ୍ଖଳନ ମୋହ ଅକାରଣ

     ମରଣରେ ଶୁନ୍ୟପ୍ରାପ୍ତି ll


ଲକ୍ଷ ଜୀବନର  ସଂସ୍କାରୀ ବ୍ରତର

      ସତ୍ୟ ଧର୍ମ ଉପାସକ

ପ୍ରଭୁଙ୍କ ଶରଣ   ତ୍ୟାଗର ଜୀବନ

     ସେବାରେ ହୁଏ ସାର୍ଥକ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational