ଜୀବନର ଭାଗମାପ
ଜୀବନର ଭାଗମାପ
ଜୀବନର ଚଲାପଥରେ
କେତେବେଳେ ଦୁଃଖ ତ ପୁଣି କେବେ ସୁଖ ଝଲକ
କେବେ ପୁଣି ସୌଭାଗ୍ୟର ସାମ୍ରାଜ୍ୟ
ଦୁଃଖ ନଥିଲେ ବୁଝି ହୁଏନା ସୁଖର ମହତ୍ତ୍ଵ
ଯନ୍ତ୍ରଣା ନଥିଲେ ଅନୁଭବି ହୁଏନା ସୌଭାଗ୍ୟର ଆନନ୍ଦ
ଯେପରି ତରକାରିରେ ଲୁଣ,ହଳଦି,ବିଭିନ୍ନ ମସଲାର ଭାଗମାପ ଠିକ୍ ରହିଲେ
ସ୍ବାଦିଷ୍ଟ ହୋଇଉଠେ ,
ଠିକ୍ ସେପରି ହସର ମିଠା
ଲୁହର ଲୁଣ
ପ୍ରେମର ହଳଦିରଙ୍ଗର ଭାଗମାପ ଠିକ୍ ନରହିଲେ
ଜୀବନ ଟା କଣ ?
ସ୍ବାଦଯୁକ୍ତ
ସୌରଭ ଯୁକ୍ତ ହୋଇ ପାରିବ ।
ତେଣୁ ,ସୁଖରେ ଅଧିର ନ ହୋଇ
ଦୁଃଖରେ କାତର ନ ହୋଇ
ଜିଇଁଯିବା ଜୀବନ ।
