STORYMIRROR

JitendraNath Gahir

Tragedy

3  

JitendraNath Gahir

Tragedy

ଜୀବନର ବାସ୍ତବତା

ଜୀବନର ବାସ୍ତବତା

1 min
282

ଭବିଷ୍ଯତ ମୋର ପଥହୁଡା ଆଜି

ଭାଙ୍ଗିଗଲା ସବୁ ସପନ

ଦୁଃଖ ପିଇ ପିଇ କେମିତି ବଞ୍ଚିବି

କହିଦେ ଥରେ ତୁ ଜୀବନ ?୧।

ଚୁନା ଚୁନା ହେଲା ମୋ ସୁନା ସପନ

ଭବିଷ୍ଯତ ହେଲା ଅତୀତ

କାଳବୈଶାଖୀର କଳା ମେଘ ଯୋଗୁଁ

ଜୀବନ ଲାଗେ ଦୁଃଖିତ ।୨।

ଆସି ଧୋଇ ଗଲା କରାଳ ବରଷା

ଥିଲା ଯେତେ ଆଶା ଭରସା

ଯେତେ ସାଉଁଟିଲି ସୁଖର ପସରା

ହେଲି ପୁଣି ଆଜି ନିରାଶା ।୩।

ବର୍ତ୍ତମାନ ଆଉ ଚିନ୍ତା କରିବିନି

ଭବିଷ୍ଯତ କି ମୋ ଅତୀତ

ସଜାଡି ମୁଁ ନେବି ବର୍ତ୍ତମାନ ମୋର

ଆଜି ଠାରୁ କଲି ଶପଥ ।୪।


Rate this content
Log in

Similar oriya poem from Tragedy