STORYMIRROR

JitendraNath Gahir

Tragedy

3  

JitendraNath Gahir

Tragedy

ଜୀବନର ବାସ୍ତବତା

ଜୀବନର ବାସ୍ତବତା

1 min
310

ଭବିଷ୍ଯତ ମୋର ପଥହୁଡା ଆଜି

ଭାଙ୍ଗିଗଲା ସବୁ ସପନ

ଦୁଃଖ ପିଇ ପିଇ କେମିତି ବଞ୍ଚିବି

କହିଦେ ଥରେ ତୁ ଜୀବନ ?୧।

ଚୁନା ଚୁନା ହେଲା ମୋ ସୁନା ସପନ

ଭବିଷ୍ଯତ ହେଲା ଅତୀତ

କାଳବୈଶାଖୀର କଳା ମେଘ ଯୋଗୁଁ

ଜୀବନ ଲାଗେ ଦୁଃଖିତ ।୨।

ଆସି ଧୋଇ ଗଲା କରାଳ ବରଷା

ଥିଲା ଯେତେ ଆଶା ଭରସା

ଯେତେ ସାଉଁଟିଲି ସୁଖର ପସରା

ହେଲି ପୁଣି ଆଜି ନିରାଶା ।୩।

ବର୍ତ୍ତମାନ ଆଉ ଚିନ୍ତା କରିବିନି

ଭବିଷ୍ଯତ କି ମୋ ଅତୀତ

ସଜାଡି ମୁଁ ନେବି ବର୍ତ୍ତମାନ ମୋର

ଆଜି ଠାରୁ କଲି ଶପଥ ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy