ଜୀବନକୁ ମୋର ଧନ୍ୟ କରିଛ
ଜୀବନକୁ ମୋର ଧନ୍ୟ କରିଛ


ଜୀବନକୁ ମୋର ଧନ୍ୟ କରିଛ
ମଣିଷ ଜନମ ଦେଇ
ଜନମେ ଜନମେ ତୁମ ପାଦେ ପ୍ରଭୁ
ରହିବି ମୁଁ ଋଣୀ ହୋଇ
ମଣିଷ ଜନମ ପାଇ..
ଦିନ ଦଣ୍ଡ ମାସ ନିଶ୍ୱାସ ପ୍ରଶ୍ବାସ
ଭରିଛ ପରାଣେ ଅସୀମ ବିଶ୍ୱାସ
ଖାଲଖମା ପଥେ ଚାଲିବା ପାଇଁକି
ଦେଇଅଛ ବଳ ଦେଇଛ ସାହସ
ତୁମଲାଗି ପ୍ରଭୁ ଜୀବନ ସଙ୍ଗ୍ରାମେ
କାହିଁ କେବେ ହାରି ନାହିଁ ...
ତୁମରି ଉତ୍ସାହ ତୁମରି ଆଶିଷ
ମୋ ମନେ ଭରଇ ଆନନ୍ଦ ଉଛ୍ବାସ
ପୁଲକ ଜାଗଇ ଦେଖିମୋ ନୟନ
ଦଶଦିଶେ ତୁମ ଭାବର ପ୍ରକାଶ
ପ୍ରତି ଟି ସକାଳ ନୂଆ ଲାଗେ ମୋତେ
ତୁମ ଗୀତ ଗାଇଗାଇ.
ଜିତିବା ପାଇଁକି ପ୍ରେରଣା ଦେଇଛ
ଭାବ ଅଭାବରେ ଭରଷା ହୋଇଛ
କହିବାକୁ ତୁମେ ଦେଇଅଛ ଭାଷା
ଦୁଃଖ ସହିବାକୁ ଶକତି ଦେଇଛ
ତମସା ତୀମିର ଅପସରି ଯାଏ
ତୁମରି ପରଷ ପାଇ...