STORYMIRROR

Debabrata Jena

Tragedy

3  

Debabrata Jena

Tragedy

ଜୀବନ

ଜୀବନ

1 min
351



ନିର୍ମମ ମୁହୂର୍ତ୍ତରେ ଜୀବନର ପରିଭାଷାକୁ

ଖୋଜେ ବସି ନୀଳ ଆକାଶକୁ ଚାହିଁ

ଆକାଶର କାନଭାସରେ ଖଣ୍ଡ ମେଘମାଳା

ମୋତେ କହେ ଜୀବନଟା କ୍ଷଣସ୍ଥାୟୀ ।।

ସମୁଦ୍ର ବେଳାତଟେ ଦରିଆର ବିଶାଳତାରେ ହଜି

ସେହି ଏକା ପ୍ରଶ୍ନ ଉଙ୍କି ମାରେ ଜୀବନକୁ ନେଇ

ସାଗର କହେ ଜୀବନଟା ସୁଖ ଦୁଃଖର ଲହଡି

ସୁଖ ଏଠି ସାତପର ଦୁଃଖ ଏକା ଛାଇ ।।

ଧୂ ଧୂ ମଧ୍ୟାହ୍ନରେ ମରୁବାଲିକୁ ପଚାରେ

ଜୀବନର ଅର୍ଥ କ'ଣ ହୋଇପାରେ ?

ନିର୍ଜନତାରେ ବଂଚି ,ଖାପ ଖୁଆଇବା

ହିଁ ଜୀବନର ଅର୍ଥ ବୋଲି ଦେଲା ପ୍ରତ୍ୟୁତ୍ତରେ ।।

ନଦୀ କୂଳେ ବସି ନଈକୁ ସେହି ଏକା ପ୍ରଶ୍ନ କରେ

ନଈ କହେ ସ୍ୱକୀୟ ଅସ୍ତିତ୍ବ ହଜାଇ

ସାମୁହିକ ସ୍ୱାର୍ଥ ପାଇଁ ଏକାକାର ହେବା

ଏହାହିଁ ତ ମୂଳଲକ୍ଷ୍ୟ ଆମ ଜୀବନରେ ।।

ମୁକ୍ତ ଗଗନେ ବିହଙ୍ଗକୁ ପଚାରେ

ଜୀବନର ମାନେ କ'ଣ କହିବକି ତୁମେ

କ୍ଷଣସ୍ଥାୟୀ ଦୁଃଖ ନୁହେଁ , ଚିରସ୍ଥାୟୀ ସୁଖ ପାଇଁ

ଅନ୍ୱେଷିବା ହେଉ ଲକ୍ଷ୍ୟ ଆମ ଏ ଜୀବନେ ।।


*ଦେବବ୍ରତ ଜେନା*

*ଭୋଗରାଇ, ବାଲେଶ୍ଵର*

*ଦୂରଭାଷ:୯୫୮୩୧୩୮୫୩୩*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy